ଭୁବନେଶ୍ୱର, ୨୨/୦୭: ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ଦିଲ୍ଲୀ ଗସ୍ତ କରିଛନ୍ତି ବିଜେପି ସଭିପତି ମନମୋହନ ସାମଲ। ତାଙ୍କ ସହିତ ବିଜେପି ସାଧାରଣ ସମ୍ପାଦକ ମଧ୍ୟ ଦିଲ୍ଲୀ ଯାଇଛନ୍ତି। ଆଗକୁ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବ। କିଛି ମନ୍ତ୍ରୀଙ୍କର ବିଭାଗ ଅଦଳବଦଳ ମଧ୍ୟ ହେବ। ଆଶାୟୀଙ୍କ ସଂଖ୍ୟା ବଢୁଥିବା ବେଳେ ନୂଆ ବେହେରାଙ୍କୁ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ଗତ କାଲି ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେଣୁ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ମନମୋହନଙ୍କ ଦିଲ୍ଲୀ ଗସ୍ତ ଆହୁରି ଖୋରାକ ଯୋଗାଇଛି। ଦିଲ୍ଲୀରେ କିଛି ଶୀର୍ଷ ନେତୃତ୍ୱଙ୍କୁ ଭେଟି ପାରନ୍ତି।
Prev Post
Next Post