ରନ ୱେରେ ବିମାନରେ ଲାଗିଲା ନିଆଁ

ବୋଇଂ ବିମାନରେ ଥିଲେ ୧୭୯ ଯାତ୍ରୀ

ଡେନଭର, ୨୭/୦୭: ଆମେରିକାର ଡେନଭର ଆନ୍ତର୍ଜାତିକ ବିମାନବନ୍ଦରରେ ଆମେରିକାନ ଏୟାରଲାଇନ୍ସର ବୋଇଙ୍ଗ 737 ମାକ୍ସ 8 ବିମାନରେ ନିଆଁ ଲାଗି ଯାଇଛି। ଟେକ ଅଫ ବେଳେ ରନ ୱେରେ ଲ୍ୟାଣ୍ଡିଂ ଗିୟର ଫେଲ ହେବାରୁ ବିମାନରେ ନିଆଁ ଲାଗି ଯାଇଥିଲା। ଏହା ପରେ ବିମାନ ଉଡ଼ାଣ ବାତିଲ ହୋଇଥିଲା ଏବଂ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଜଣେ ଯାତ୍ରୀ ଆହତ ହୋଇଛନ୍ତି। ମିଆମିକୁ ଯାଉଥିବା ଏହି ବିମାନରେ ୧୭୩ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟ ଥିଲେ। ବିମାନର ବାମ ପାର୍ଶ୍ବ ଚକା ପାଖରେ ନିଆଁ ଲାଗି ଯିବାରୁ ଜରୁରୀ ସ୍ଥିତି ଉପୁଜିଥିଲା।