ରାଜଧାନୀରେ ପୁଣି ଜଣେ ଇଞ୍ଜିନିୟରିଂ ଛାତ୍ର ଆତ୍ମହତ୍ୟା

ଭୁବନେଶ୍ବର ୧୮/୦୯ : ରାଜଧାନୀରେ ପୁଣି ଜଣେ ଇଞ୍ଜିନିୟରିଂ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଲିଙ୍ଗରାଜ ଥାନା ଅଞ୍ଚଳରେ ରହୁଥିବା ଏକ ଭଡ଼ା ଘରୁ ତାଙ୍କ ମୃତ ଦେହ ମିଳିଛି। ଛାତ୍ର ଜଣଙ୍କ ଏକ ଘରୋଇ ଇଞ୍ଜିନିୟରିଙ୍ଗ କଲେଜ୍‌ରେ ପଢ଼ୁଥିଲେ। ମୃତକଙ୍କ ପରିଚୟ ସିଦ୍ଧାର୍ଥ ନାୟକ ବୋଲି ଜଣାପଡ଼ିଛି। ସେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ବାସିନ୍ଦା।  ସେ ରହୁଥିବା ଭଡ଼ା ଘରେ ଆତ୍ମ କରଛିନ୍ତି। ସେ କାହିଁକି ଏପରି କଲେ ତାହା ସ୍ପଷ୍ଟ ହୋଇନାହିଁ। ଭଡ଼ା ଘରୁ କବାଟ ଭାଙ୍ଗି ଲିଙ୍ଗରାଜ ଥାନା ପୋଲିସ ସିଦ୍ଧାର୍ଥଙ୍କ ମୃତଦେହ ଜବତ କରିଛି।