ବିଗ୍‌ ବସ୍‌ରେ ଆସିବେ ପ୍ରକୃତି ମିଶ୍ର

ମୁମ୍ଵାଇ ୧୮।୦୯: କଲର୍ସ ଟିଭିର ସବୁଠୁ ଚର୍ଚ୍ଚିତ ତଥା ଲୋକପ୍ରିୟ ରିଅଲିଟି ଶୋ’ ‘ବିଗ୍‌ ବସ୍‌’। ଏଥର ନଜର ଆସିବେ ମୁମ୍ବାଇରେ ରହୁଥିବା ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର । ଆସନ୍ତା ଅକ୍ଟୋବର ୧ରୁ ଆରମ୍ଭ ହେବାକୁ ଯାଉଛି ‘ବିଗ୍‌ ବସ୍‌-୧୬’ । ଏଥର ଶୋ’ରେ କାହା ଗେମ୍‌ ରହିବ ରୋମାଞ୍ଚପୂର୍ଣ୍ଣ । କେଉଁ ପ୍ରତିଯୋଗୀଙ୍କ ଗେମ୍‌ ଶୋ’ର ଟିଆର୍‌ପି ବଢ଼ାଇବ । ଏଭଳି ଅନେକ ପ୍ରଶ୍ନ ଉଠୁଥିବାବେଳେ ଏକ ପ୍ରମୋ ରିଲିଜ୍‌ କରି ଦର୍ଶକଙ୍କ ଉତ୍କଣ୍ଠା ବଢ଼ାଇ ଦେଇଛନ୍ତି ଖୋଦ୍‌ ‘ବିଗ୍‌ ବସ୍‌’ । କିନ୍ତୁ ଏଯାଏଁ ବିଧିବଦ୍ଧ ଭାବେ କୌଣସି ପ୍ରତିଯୋଗୀଙ୍କ ନାଁ ଘୋଷଣା ହୋଇନାହିଁ ।