ନକଲି ଔଷଧ କାରବାରରେ ସଂପୃକ୍ତ ବ୍ୟବସାୟୀଙ୍କୁ ପୋଲିସ କଡ଼ା ଚେତାବନୀ, ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ

ସାବଧାନ, ନକଲି ଔଷଧ କାରବାର କରୁଥିବା ବ୍ୟବସାୟୀ। ନକଲି ଔଷଧ କାରବାରରେ ସଂପୃକ୍ତ ବ୍ୟବସାୟୀଙ୍କୁ କଡ଼ା ଚେତାବନୀ ଦେଇଛି ପୋଲିସ। ଯଦି କୌଣସି ବ୍ୟବସାୟୀ ନକଲି ଔଷଧ କାରବାର ସହ ସଂପୃକ୍ତ ଥିବାର ପ୍ରମାଣ ମିଳେ, ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।

ପୋଲିସ ଆହୁରି ମଧ୍ୟ କହିଛି ଯେ, ଔଷଧ ସଞ୍ଜିବନୀ ସଦୃଶ୍ୟ। ଏହା ମଣିଷକୁ ମୃତ୍ୟୁମୁଖରୁ ରକ୍ଷା କରିଥାଏ। ତେବେ କିଛି ଲାଭଖୋର ବ୍ୟବସାୟୀ ପ୍ରମୁଖ ସହରଗୁଡ଼ିକରେ ନକଲି ଔଷଧ କାରବାର କରି ଲୋକଙ୍କ ଜୀବନ ସହ ଖେଳୁଛନ୍ତି। ଏଥିରେ କେହି ସଂପୃକ୍ତ ଥିବାର ପ୍ରମାଣ ମିଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଓଡ଼ିଶା ପୋଲିସ ପକ୍ଷରୁ ଟ୍ବିଟ୍ କରି ଚେତାବନୀ ଦିଆଯାଇଛି।