ଏମକେସିଜି ମେଡ଼ିକାଲ୍‌ ସୁପର ସ୍ପେଶିଲାଷ୍ଟ୍ କୋଠା ଛାତରୁ ଖସିଲା ସିଲିଂ

ବ୍ରହ୍ମପୁର ୧୯/୦୯: ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ସୁପର ସ୍ପେସିଆଲିଷ୍ଟ ଡାକ୍ତରଖାନାରେ ଅଘଟଣ। ସୁପର ସ୍ପେଶିଲିଷ୍ଟ୍ କୋଠା ଛାତରୁ ସିଲିଂ ଖସିଥିବା ଅଭିଯୋଗ ହୋଇଛି। ଏହିପରି ବାରମ୍ୱାର ଛାତରୁ ସିଲିଂ ଖସୁଥିବା ଅଭିଯୋଗ ହେଉଛି।

ଆଜି ତଳ ମହଲାରେ ଥିବା ଡାୟଲିସିସ୍ ୱାର୍ଡର ଛାତରୁ ସିଲିଂ ଖସିଥିଲା। ଡାକ୍ତରଖାନାର ନୂଆ କୋଠା କେତେ ସୁରକ୍ଷିତ ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ପୂର୍ବରୁ ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀ ତଦନ୍ତ କରିଥିଲେ। କିନ୍ତୁ ତଥାପି ଏହି ସମସ୍ୟାର ସମାଧାନ ହୋଇପାରୁନି। ନୂଆ କୋଠା କେତେ ସୁରକ୍ଷିତ ତାକୁ ନେଇ ଏବେ ସହରବାସୀ ପ୍ରଶ୍ନ କରିଛନ୍ତି।