କବିତା ଚାୱଲା ହେଲେ KBC ସିଜିନ-୧୪ର ପ୍ରଥମ କୋରଡପତି

କୋହ୍ଲାପୁର ୧୯।୯:  ଭାରତୀୟ ଟେଲିଭିଜନର ସବୁଠୁ ଲୋକପ୍ରିୟ ସୋ ମଧ୍ୟରେ ଅନ୍ୟତମ ‘କୌନ ବନେଗା କରୋଡପତି’ ସିଜିନ-୧୪ର କୋରୋଡପତି ହୋଇଛନ୍ତି କୋହ୍ଲାପୁରର କବିତା ଚାୱଲା। ୪୫ ବର୍ଷ ବୟସ୍କା କବିତାଙ୍କ ଶିକ୍ଷାଗତ ଯୋଗ୍ୟତା ଜମାରୁ ଦ୍ୱାଦଶ ପାସ୍। ୨୦୦୦ ମସିହାରେ ଜେବେ ଟେଲିଭିଜନରେ ଏହି କାର୍ଯ୍ୟକ୍ରମର ପ୍ରସାରଣ ଆରମ୍ଭ ହେଲା କବିତା ସେବେଠାରୁ ଏଥିରେ ଭାଗନେବାକୁ ଉଦ୍ୟମ କରୁଥିଲେ। ୨୧ ବର୍ଷ ୧୦ମାସ ପରେ ତାଙ୍କୁ ସେ ସୁଯୋଗ ମିଳିଥିବା ବେଳେ ସେ ଏହାର ସଦୁପଯୋଗ କରିଛନ୍ତି।

କବିତା ୨୦୨୧ ମସିହାରେ ମଧ୍ୟ ସୁଯୋଗ ପାଇଥିଲେ। ତାଙ୍କୁ ଫାଷ୍ଟେଷ୍ଟ ଫିଙ୍ଗର ଫାଷ୍ଟ ରାଉଣ୍ଡ ପର୍ଯ୍ୟନ୍ତ ପହଞ୍ଚିବାର ସୁଯୋଗ ମିଳିଥିଲା। ତେବେ ସେ ଏହାଠୁ ଆଗକୁ ଯାଇ ପାରିନଥିଲେ। ତେବେ ଏତିକିରେ ସେ ହାରି ଯାଇନଥିଲେ ତାଙ୍କର ଉଦ୍ୟମ ଜାରି ରଖିଥିଲେ। ତାଙ୍କ ଅନୁସାରେ ଉଦ୍ୟମ ଜାରି ରଖିବା ପାଇଁ ଅମିତାଭ ତାଙ୍କୁ ପ୍ରେରିତ କରିଥିଲେ। କବିତା ତାଙ୍କ ସ୍କୁଲ ଶିକ୍ଷା ବେଳର କଥା ମନେ ପକାଇଛନ୍ତି। ତାଙ୍କ ସମୟରେ ଝିଅଟିଏ ୧୦ମ ଶ୍ରେଣୀ ପଢିଗଲା ବହୁତ ବଡକଥା ଥିଲା। ଏହା ସତ୍ତ୍ୱେ ପରିବାର ଲୋକେ ତାଙ୍କ କହିବା ଅନୁସାରେ ତାଙ୍କୁ ଦ୍ୱାଦଶ ପର୍ଯ୍ୟନ୍ତ ପଢେଇଥିଲେ ବୋଲି ସେ କହିଛନ୍ତି।