ପୂଜା ପୂର୍ବରୁ ଆକ୍ସନ : ସାଲିଆସାହିରେ କମିଶନରେଟ୍‌ ପୋଲିସର ଚଢାଉ

ଭୁବନେଶ୍ବର: ଦଶହରା ପୂର୍ବରୁ ଆକ୍ସନ ମୁଡରେ କମିଶନରେଟ ପୋଲିସ । ଭୁବନେଶ୍ବର ସାଲିଆସାହିରେ ପୋଲିସର ଚଢାଉ । ଏହି ଚଢାଉରେ ସାମିଲ ଅଛନ୍ତି ଡିସିପି ପ୍ରତୀକ ସିଂହ ଏବଂ ପୋଲିସର ସ୍ବତନ୍ତ୍ର ସ୍କ୍ବାଡ୍ ।  ବିପୁଳ ପରିମାଣରେ ଦେଶୀ ମଦ ଜବତ ହୋଇଥିବା ସୂଚନା ।

ଖବର ଅନୁଯାୟୀ, ଭୁବନେଶ୍ୱର ସାଲିଆସାହିରେ ନିଶା କାରବାର ଖବର ପାଇଥିଲା ପୋଲିସ । ଯାହାକୁ ନେଇ ଚଢାଉ କରିଥିଲା କମିଶନରେଟ୍‌ ପୋଲିସ । ଏଥିରେ ଡିସିପି ପ୍ରତୀକ ସିଂହ ଓ ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ସାମିଲ ଥିଲେ । ଆଜିର ଏହି ଚଢାଉରେ ପୋଲିସକୁ ବିପୁଳ ପରିମାଣର ଦେଶୀ ମଦ ମିଳିଛି ।

ଯାହାକୁ ଡିସିପିଙ୍କ ଉପସ୍ଥିତିରେ ନଷ୍ଟ ମଧ୍ୟ କରାଯାଉଛି । ଏପିରିକି କିଛି ମଦ ପ୍ରସ୍ତୁତ ସାମଗ୍ରୀ ମଧ୍ୟ ସିଜ୍‌ କରିଛି ପୋଲିସ । ଅନ୍ୟପଟେ ଦେଶୀ ମଦ କାର୍‌ବାର ଓ ପ୍ରସ୍ତୁତ ଅଭିଯୋଗରେ କିଛି ଲୋକଙ୍କୁ ତାଗିଦ୍‌ କରିଛି କମିଶନରେଟ୍‌ ପୋଲିସ ।