ଫୋକସ୍‌ରେ କୋଟିଆ : ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ କରିବ ଆଦାନୀ ଗ୍ରୁପ

ଜୟପୁର: କୋଟିଆ ଗ୍ରାମପୁଞ୍ଜରେ ଆଦାନୀ ଗ୍ରୁପ ତିଆରି କରିବ ପମ୍ପ ଚାଳିତ ଜଳ ବିଦ୍ୟୁତ ପ୍ରକଳ୍ପ, ବିଦ୍ୟୁତ ସରବରାହ କରିବ ଟାଟା ପାୱାର। ପାଖାପାଖି ୫ହଜାର କୋଟି ଟଙ୍କାର ପ୍ରକଳ୍ପରେ ୨୨ଶହ ମେଗାୱାଟ୍ ବିଦ୍ୟୁତ ଉତ୍ପନ୍ନ ହେବ। ଓଏଚପିସିର ସାଧାରଣ ପରିଚାଳକ ଲକ୍ଷ୍ମୀଧର ବେହେରା, ସାଧାରଣ ପରିଚାଳକ ଏସଏସପି ରାଓ, ସାଧାରଣ ପରିଚାଳକ ଏସପି ପାଣିଗ୍ରାହୀଙ୍କ ସହ ଅଦାନୀ ଗ୍ରୁପର ଡିଜିଏମ ଆବାସ ଚିଞ୍ଚୋଲିକର ଓ ଟାଟା କନ୍ସଲଟାନ୍ସୀର ଡିଜିଏମ୍ ଏମ. ନବୀନ ପ୍ରମୁଖ କ୍ଷେତ୍ର ପରିଦର୍ଶନ କରିଛନ୍ତି।

ଏହାପରେ କୋରାପୁଟ ଜିଲ୍ଲାପାଳ ଅବ୍ଦାଲ ଏମ. ଅଖତରଙ୍କୁ ଭେଟିଛନ୍ତି। ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ଏହି କୋଟିଆ ଗ୍ରାମପୁଞ୍ଜକୁ ନେଇ ବିବାଦ ଥିବାବେଳେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି ମାମଲା। ଆନ୍ଧ୍ର ୧୨ଶହ ମେଗାୱାଟ୍ ର ଜଳବିଦ୍ୟୁତ ପ୍ରକଳ୍ପ କରିବାକୁ ପରିବେଶ ମଞ୍ଜୁରୀ ପାଇଁ ଆବଦେନ କରିଥିବାବେଳେ ଓଡ଼ିଶା ସମାନ ସ୍ଥାନରେ ୨୨ଶହ ମେଗାୱାଟର ଜଳବିଦ୍ୟୁତ ପ୍ରକଳ୍ପ କରିବାକୁ ଯୋଜନା କରିଛି।