ବାଲେଶ୍ଵର, ୪/୮: ଫକୀରମୋହନ ବିଶ୍ବବିଦ୍ୟାଳୟର ପୀଡ଼ିତା ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ପୁଣି ଏକ ବଡ ଖୁଲାସା ହୋଇଛି। ସାମ୍ନାକୁ ଆସିଲା ପୀଡ଼ିତାଙ୍କ ଆତ୍ମାହୁତି ପୂର୍ବରୁ ସାଇକେଲରେ ଯାଉଥିବା ସିସିଟିଭି ଫୁଟେଜ୍। କେମିତି ପୀଡ଼ିତାଙ୍କ ପାଖକୁ ପେଟ୍ରୋଲ ଆସିଲା ସେନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ଏବେ ନୂଆ ସୁରାକ ମିଳିଛି। ଆତ୍ମାହୁତି ଉଦ୍ୟମ ଦିନ ପୀଡ଼ିତା ସାଇକେଲରେ ପେଟ୍ରୋଲ ପମ୍ପ ଆଡ଼କୁ ଯାଉଥିବା କୁହାଯାଉଛି। ଏଫଏମ କଲେଜରୁ ଚାନ୍ଦିପୁର ରାସ୍ତା ଆଡେ ଯାଉଥିବାର ଭିଡ଼ିଓରେ ଦେଖାଯାଇଛି। ତେବେ ସେ କେଉଁ ଆଡେ ଯାଉଥିଲେ, ସେ ନେଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ୍।
ସୂଚନାଯୋଗ୍ୟ, ଗତ ଜୁଲାଇ ମାସ ୧୨ ତାରିଖରେ ପୀଡ଼ିତା ଛାତ୍ରୀ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। କିଛି ଦିନର ଜୀବନ ସହ ସଂଘର୍ଷ କରି ଶେଷରେ ମୃତ୍ୟୁବରଣ କରିଥିଲେ। ତାଙ୍କ ଶରୀରର ୯୫ ପ୍ରତିଶତ ଅଂଶ ପୋଡ଼ି ଯାଇଥିଲା। ଏହି ଘଟଣାରେ ପୂର୍ବରୁ ଏଫଏମ କଲେଜ ଅଧ୍ୟକ୍ଷ ଓ ବି.ଇଡି ବିଭାଗ ମୁଖ୍ୟ ଗିରଫ ହୋଇ ସାରିଥିବା ବେଳେ ଆଜି ଦୁଇ ଜଣ ଛାତ୍ରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଏହି ଦୁଇ ଛାତ୍ର ପୀଡ଼ିତାଙ୍କୁ ଆତ୍ମାହୁତି ପାଇଁ ପ୍ରବର୍ତ୍ତାଇ ଥିବା ସହ ଘଟଣା ସ୍ଥଳରେ ଭିଡ଼ିଓ କରିଥିଲେ। ଉଭୟଙ୍କୁ ହତ୍ୟା ଷଡଯନ୍ତ୍ର ଅଭିଯୋଗରେ ଗିରଫ କରାଯାଇଛି।