ଭୁବନେଶ୍ୱର, ୪/୮: ବଳଙ୍ଗା ଘଟଣାକୁ ନେଇ ବିଜୁ ଜନତା ଦଳ ୭ ଅଗଷ୍ଟରେ ପୁରୀରେ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ୭ ଅଗଷ୍ଟ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି ବିଜେଡ଼ି। ଆଜି ପୁରୀରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଏହି ସୂଚନା ଦେଇଛି।
ପୋଲିସ ତଦନ୍ତ ଉପରେ ପ୍ରଶ୍ନ ଉଠାଇ ବିଜୁ ଜନତା ଦଳ ଦାବି କରିଛି ଯେ ସରକାର ଘଟଣାର ସତ୍ୟ ପ୍ରକାଶ କରନ୍ତୁ। ଜାଣିଶୁଣି ଅପରାଧୀଙ୍କୁ ଚିହ୍ନଟ କରାଯାଉନାହିଁ ବୋଲି ମଧ୍ୟ ବିଜେଡି ଅଭିଯୋଗ କରିଛି। ସତ୍ୟ ତୁରନ୍ତ ପ୍ରକାଶ ନ ହେଲେ ବିଜେଡି ଆନ୍ଦୋଳନ ଜାରି ରଖିବ ବୋଲି ପୁରୀ ଜିଲ୍ଲା ବିଜେଡି ସଭାପତି ଉମାକାନ୍ତ ସାମନ୍ତରାୟ କହିଛନ୍ତି।
ଏହି ସମୟରେ ବିଜେପି କହିଛି ଯେ ମହିଳା ବିରୋଧୀ ଅପରାଧ ପାଇଁ ଓଡ଼ିଶା ସରକାର ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛନ୍ତି। ଯିଏ ଦୋଷୀ, ତାଙ୍କୁ ଗିରଫ କରାଯାଉଛି। କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି।