ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ଟି ବଗି

ରାଉରକେଲା ୨୦।୦୯: ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ । ରାଉରକେଲା ଇସ୍ପାତ କାରଖାନାକୁ ଉତ୍ପାଦିତ ଷ୍ଟିଲ୍‌ ନେବାକୁ ଆସୁଥିବା ବେଳେ ମାଲ୍‌ବାହୀ ଟ୍ରେନ୍‌ଟି ଲାଇନଚ୍ୟୁତ ହୋଇଛି । ଯାହାଫଳରେ ଟ୍ରେନ୍‌ର ୩ଟି ବଗି ଟ୍ରାକ୍‌ରୁ ଖସିଯାଇଛି ।

ଖବର ଅନୁଯାୟୀ, ରାଉରକେଲା ଇସ୍ପାତ କାରଖାନାରେ ଉତ୍ପାଦିତ ଷ୍ଟିଲକୁ ଅନ୍ୟ ରାଜ୍ୟକୁ ନେବା ଲାଗି ଏକ ମାଲବାହୀ ଟ୍ରେନ କାରଖାନାର ଟିଆରଏମ ବିଭାଗକୁ ଆସୁଥିଲା । ଏହି ସମୟରେ ବନ୍ଧମୁଣ୍ଡା ୟାର୍ଡ଼ ନିକଟରେ ମାଲବାହୀ ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଛି । ଠିକ ଭାବେ କେପିଙ୍ଗ କରାଯାଇନଥିବାରୁ ଏହିଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।