ରାଜଧାନୀରୁ ପୁଣି ଜବତ ହେଲା ବ୍ରାଉନ ସୁଗାର, ଦୁଇ ମାଫିଆ ଗରିଫ

ଭୁବନେଶ୍ୱର, ୨୦/୦୯: ରାଜଧାନୀରୁ ପୁଣି ବ୍ରାଉନ ସୁଗାର ଜବତ । ଶହେ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଖଣ୍ଡଗିରି ଥାନା ପୋଲିସ । ଯାହାର ଆନୁମାନିକ ମୁଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏଥିରେ ଜଡ଼ିତ ଥିବା ଖୋର୍ଦ୍ଧା ଜିଲ୍ଲା ଓଳସିଂର ଦୁଇ ଯୁବକଙ୍କୁ ଖଣ୍ଡଗିରି ଫାର୍ମ ଗେଟ ରାସ୍ତାରୁ ଗିରଫ କରାଯାଇଛି । ଦୁଇ ଡ୍ରଗ୍ସ ମାଫିଆ ସଂଗ୍ରାମ କେଶରୀ ବେହେରା ଓ ରାକେଶ କୁମାର ସିଂ ବୋଲି ଜଣାପଡ଼ିଛି ।

ସେମାନଙ୍କ ନିକଟରୁ ତିନି ହଜାର ଟଙ୍କା ନଗଦ କ୍ୟାସ୍ ସହିତ ଦୁଇଟି ମୋବାଇଲ ଓ ଦୁଇଟି ବାଇକ ଜବତ କରାଯାଇଛି । ଏମାନେ ରାଜଧାନୀର କାହାକୁ କାହାକୁ ଧଳା ଜହର ସପ୍ଲାଇ କରିବାକୁ ଆସିଥିଲେ ସେ ସମ୍ପର୍କରେ ଖୋଳତାଡ ଚାଲିଛି । ଅଭିଯୁକ୍ତଙ୍କ ବିରୁଦ୍ଧରେ ପୁର୍ବରୁ ଜଙ୍କିଆ ଥାନାରେ କୌଣସି ମାମଲା ରହିଛି କି ନାହିଁ ସେ ସମ୍ପର୍କରେ ମଧ୍ୟ ତନାଘନା କରୁଛି କମିସନରେଟ ପୋଲିସ ।