ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ମାମଲା, ପୁରୁଷ ବନ୍ଧୁ ସନ୍ତୋଷକୁ ନୋଟିସ ଜାରି କଲା ପୋଲିସ

ଟେଲି ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ଘଟଣା । ବୟଫ୍ରେଣ୍ଡ୍ ସନ୍ତୋଷ ପାତ୍ରଙ୍କୁ ନୟାପଲ୍ଲୀ ଥାନା ପୋଲିସର ନୋଟିସ୍ ଜାରି କରିଛି ।

ଭୁବନେଶ୍ୱର: ଟେଲି ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ଘଟଣା । ବୟଫ୍ରେଣ୍ଡ୍ ସନ୍ତୋଷ ପାତ୍ରଙ୍କୁ ନୟାପଲ୍ଲୀ ଥାନା ପୋଲିସର ନୋଟିସ୍ ଜାରି କରିଛି । ବୟଫ୍ରେଣ୍ଡ୍ ସନ୍ତୋଷ ପାତ୍ରଙ୍କୁ ହାଜର ପାଇଁ ତଦନ୍ତରେ ସହଯୋଗ କରିବାକୁ ଏହି ନୋଟିସ୍ ଜାରି କରିଛି ପୋଲିସ ।

ସୂଚନା ଅନୁସାରେ, ରଶ୍ମିରେଖାଙ୍କ ସହ ଲିଭ୍ ଇନ୍ ରିଲେସନସିପ୍‌ରେ ରହୁଥିଲେ ସନ୍ତୋଷ । ସେହିପରି ରଶ୍ମିରେଖା ମୃତ୍ୟୁ ଘଟଣା ଏବେ ନୂଆ ମୋଡ ଆସିଛି ।

କ୍ୟାପିଟାଲ୍‌ ହସ୍ପିଟାଲ୍‌ର ଏକ ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି ରଶ୍ମିରେଖା ୩ ମାସର ଗର୍ଭବତୀ ଥିଲେ । ଯାହାକି ଘଟଣାକୁ ଭିନ୍ନ ମୋଡ଼ ଦେଇଛି ।