ବ୍ରିଟିଶ ଶାସନ ବିରୋଧରେ ଆରମ୍ଭ ହୋଇଥିଲା ସବୁଠୁ ବଡ଼ ଜନ ଆନ୍ଦୋଳନ
ଏ ସଂକ୍ରାନ୍ତରେ ଅଧିକ ଜାଣିବା ପାଇଁ ପଢନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’
ଆଜିର ତାରିଖ ୯ ଅଗଷ୍ଟ ୨୦୨୫
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-
୧. ସ୍ୱଭାବ କବି” ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ – ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ। ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି। ସେ ସ୍ୱଭାବ କବି ଭାବେ ପରିଚିତ। ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ।
୨. ଶିବପୂଜନ ସହାୟ (୯ ଅଗଷ୍ଟ ୧୮୯୩ – ୨୧ ଜାନୁଆରୀ ୧୯୬୩) ଜଣେ ହିନ୍ଦୀ ଏବଂ ଭୋଜପୁରୀ ଔପନ୍ୟାସିକ, ସମ୍ପାଦକ ଏବଂ ଗଦ୍ୟ ଲେଖକ ଥିଲେ। ସେ ଭାରତ ସରକାରଙ୍କ ଦ୍ୱାରା ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ ହୋଇଥିଲେ।
୩. ଦୀପା କର୍ମକାର (୯ ଅଗଷ୍ଟ ୧୯୯୩), ଜଣେ ଭାରତୀୟ ଜିମ୍ନାଷ୍ଟ। ସେ ୨୦୧୪ ଗ୍ଲାସଗୋରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ଭାରତୀୟ ମହିଳା ଜିମ୍ନାଷ୍ଟ ବ୍ରୋଞ୍ଜ ପଦକ ଜିତିଥିଲେ। ସେ ଏସୀୟ ଜିମ୍ନାଷ୍ଟିକ୍ସ ଚାମ୍ପିଅନସିପରେ ଏକ କାଂସ୍ୟ ପଦକ ମଧ୍ୟ ଜିତିଥିଲେ ଏବଂ ୨୦୧୫ ବିଶ୍ୱ ଜିମ୍ନାଷ୍ଟିକ୍ସ ଚାମ୍ପିଅନସିପରେ ପଞ୍ଚମ ସ୍ଥାନ ଅଧିକାର କରିଥିଲେ।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-
୪୮ ଖ୍ରୀ.ପୂ. – ସିଜରଙ୍କ ଗୃହଯୁଦ୍ଧରେ ଫାର୍ସାଲସ ଯୁଦ୍ଧରେ ଜୁଲିଅସ୍ ସିଜର ପମ୍ପୀଙ୍କୁ ପରାସ୍ତ କରିଥିଲେ।
୩୭୮ – ଆଡ୍ରିଆନୋପଲ ଯୁଦ୍ଧରେ ରୋମାନ ସମ୍ରାଟ ଭାଲେନ୍ସ ଭିସିଗୋଥ୍ ମାନଙ୍କଦ୍ୱାରା ପରାସ୍ତ ହୋଇଥିଲେ ଏବଂ ତାଙ୍କର ମୃତ୍ୟୁ ଘଟିଥିଲା।
୧୭୮୮ – ଘୁରାମ କାଦିର ଦିଲ୍ଲୀ ସମ୍ରାଟ ଶାହ ଆଲମ ଦ୍ୱିତୀୟଙ୍କୁ ତାଙ୍କ ନିଜ ଧାରୁଆ ଅସ୍ତ୍ରରେ ଅନ୍ଧ କରିଥିଲେ।
୧୯୨୫ – ହିନ୍ଦୁସ୍ତାନ ସମାଜବାଦୀ ରିପବ୍ଲିକାନ୍ ଆସୋସିଏସନ୍ (HSRA) ର ସଦସ୍ୟମାନେ ଲକ୍ଷ୍ନୌରୁ ୨୨ କିଲୋମିଟର ଦୂର କାକୋରି ନିକଟରେ ମେଲ୍ ଟ୍ରେନ୍ ରୁ ସରକାରୀ ଖଜଣା ଲୁଟ କରିଥିଲେ।
୧୯୪୨ – ଭାରତ ଛାଡ଼ ଆନ୍ଦୋଳନ ବା ଅଗଷ୍ଟ କ୍ରାନ୍ତି ଆରମ୍ଭ ହୋଇଥିଲା। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ବ୍ରିଟିଶ ଶାସନ ବିରୁଦ୍ଧରେ ଏକ ବଡ଼ ଜନଆନ୍ଦୋଳନ ଥିଲା, ଯାହା ଭାରତର ସ୍ୱାଧୀନତା ସଂଗ୍ରାମରେ ଏକ ମହତ୍ୱପୂର୍ଣ୍ଣ ଅଧ୍ୟାୟ ସାଜିଥିଲା।
୧୯୪୫ – ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନର ନାଗାସାକି ସହର ଉପରେ ଆମେରିକା ଦ୍ୱାରା ଦ୍ୱିତୀୟ ପରମାଣୁ ବୋମା “ଫ୍ୟାଟ୍ ମ୍ୟାନ” ପକାଯାଇଥିଲା, ଯାହା ବ୍ୟାପକ ଧ୍ୱଂସଲୀଳା ଓ ମାନବ କ୍ଷୟକ୍ଷତି ଘଟାଇଥିଲା।
୧୯୬୫ – ସିଙ୍ଗାପୁର ମାଲେସିଆରୁ ଅଲଗା ହୋଇ ଏକ ସ୍ୱାଧୀନ ରାଷ୍ଟ୍ର ଭାବେ ପରିଣତ ହୋଇଥିଲା। ଏହା ସିଙ୍ଗାପୁରର ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଥିଲା।