ରାଜଧାନୀରେ ବଧୂ ହତ୍ୟା ! ମୁଖ୍ୟ ଆସାମୀ ହିଁ ଦିଅର

ଭୁବନେଶ୍ୱର ୨୧।୦୯ : ରାଜଧାନୀରେ ବଧୂ ହତ୍ୟା ଅଭିଯୋଗ । କ୍ୟାପିଟାଲ ଥାନା ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ । ମୃତକ ହେଲେ ନୟାଗଡ ଅଞ୍ଚଳର ସୁମିତ୍ରା କାଟିଆ । ଖବର ପାଇ କ୍ୟାପିଟାଲ ଥାନା ପୋଲିସ ଓ ଫରେନସିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଖବର ଅନୁଯାୟୀ, ୨୦୨୦ ଡିସେମ୍ବରରେ ନୟାଗଡ଼ ଖଲିସାହିରେ ବାହା ହୋଇଥିଲେ ସୁମିତ୍ରା । ପରେ ସୁମିତ୍ରା ଓ ତାଙ୍କ ସ୍ବାମୀ ଭୁନେଶ୍ବରରେ ରହୁଥିଲେ। ସୁମିତ୍ରାଙ୍କ ସ୍ବାମୀ ଏକ ଘରୋଇ କମ୍ପାନୀ ଚାକିରି କରନ୍ତି। ବାହାଘର ପରେ ସୁମିତ୍ରାଙ୍କ ଦିଅର ତାଙ୍କୁ ସବୁବେଳେ ଦୁର୍ବ୍ୟବହାର କରୁଥିଲେ । ଏନେଇ ନିଜ ଘର ଲୋକଙ୍କୁ ଜଣାଇଥିଲେ ସୁମିତ୍ରା । ଦିଅର ସହ ଝଗଡା ହୋଇଥିବା ବେଳେ ଦିଅର ହିଁ ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଛନ୍ତି ବୋଲି ସୁମିତ୍ରାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣା ପରଠୁ ସୁମିତ୍ରାଙ୍କ ଦିଅର ଫେରାର୍ ହୋଇଯାଇଛନ୍ତି ।