ପାର୍ବଣରେ ପୋଲିସ ଫୋକସରେ ପବ୍ଲିକ୍‌ ବସ୍‌, ଅଟକାଇ ବଟି ମାଗିଲେ ହେବ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୨୧/୦୯: ପାର୍ବଣରେ ପୋଲିସର ଫୋକସରେ ପବ୍ଲିକ୍‌ ବସ୍‌ । ଦାଦାବଟିକୁ ନେଇ ବରମୁଣ୍ଡାରେ ପୋଲିସର କର୍ମଶାଳା ଅନୁଷ୍ଠିତ ହୋଇଛି । ବସ୍‌ ମାଲିକ ସଂଘ ସହ ଏସିପି ଓ ଆଇଆଇସି ଆଲୋଚନା କରିଛନ୍ତି । ଏହି ଆଲୋଚନା ପରେ ପ୍ରତିକ୍ରିୟା ରଖିଛନ୍ତି ଖଣ୍ଡଗିରି ଏସିପି । ବସ୍‌କୁ ଅଟକାଇ ବଟି ମାଗିଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ୍‌ କହିଛି । ବଟି ମାଗିବାର ଅଭିଯୋଗ ଆସିଲେ ପୋଲିସକୁ ଜଣାଇବାକୁ ଅପିଲ କରିଛନ୍ତି ଏସିପି ।

ସେପଟେ ଭୁବନେଶ୍ୱର ବସ ମାଲିକ ସଂଘ ସାଧାରଣ ସମ୍ପାଦକ ବରଦା ଆଚାର୍ଯ୍ୟଙ୍କ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଦୂର ବସ ମାଲିକଙ୍କ ଠାରୁ ଆଦାୟ ହେଉଛି ବଟି । ବଟି ନଦେଲେ ମାଡ ଖାଉଛନ୍ତି ଡ୍ରାଇଭର-କଣ୍ଡକ୍ଟର । ପୂଜା ପାଇଁ ଜୋର ଜବରଦସ୍ତ ଚାନ୍ଦା ମଗାଯାଉଥିବା ସେ କହିଛନ୍ତି ।