ଢେଙ୍କାନାଳ, ୧୬/୮: ଢେଙ୍କାନାଳ ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଶଙ୍କରପୁରରେ ଥିବା ସତ୍ୟ ନାରାୟଣ ଇକୋ ରିସର୍ଟର ସୁଇମିଂ ପୁଲରେ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା। ସେ ଉତ୍ତରାଖଣ୍ଡର ବାସିନ୍ଦା ବୋଲି ଜଣା ପଡିଛି।
ମୃତକଙ୍କ ନାମ ତେଜସ ଆହୁଜା। ଶନିବାର ସକାଳେ ଅଗ୍ନିଶମ ବାହିନୀ ଦ୍ୱାରା ଆହୁଜାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଶୁକ୍ରବାର ରିସର୍ଟରେ ପହଞ୍ଚିଥିବା ଉତ୍ତରାଖଣ୍ଡର ପାଞ୍ଚ ଜଣ ପର୍ଯ୍ୟଟକଙ୍କ ମଧ୍ୟରୁ ଜଣେ ଥିଲେ ତେଜସ। ତେଜସଙ୍କ ମୃତଦେହ ସୁଇମିଂ ପୁଲରେ ଭାସୁଥିବା ଜଣାପଡ଼ିବା ପରେ ଶନିବାର ସକାଳ ୫ଟାରେ ସ୍ଥାନୀୟ ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ।
ପାର୍କ କର୍ମଚାରୀଙ୍କ ସୂଚନା ଅନୁଯାୟୀ, ଯୁବକ ଜଣକ ତାଙ୍କ ସାଙ୍ଗ ମାନଙ୍କ ସହ ରେଷ୍ଟୁରାଣ୍ଟରେ ରାତ୍ରୀଭୋଜନ କରିଥିଲେ ଏହା ପରେ ସେମାନେ ବିଶ୍ରାମ ପାଇଁ ଫେରି ଯାଇଥିଲେ। କିନ୍ତୁ ତା ପରଦିନ ସକାଳେ ସେମାନଙ୍କ ରୁମ୍ ପଛରେ ଥିବା ସୁଇମିଂ ପୁଲରେ ତେଜସଙ୍କ ମୃତଦେହ ଭାସୁଥିବା ସେମାନେ ଦେଖିଥିଲେ। ଏହା ପରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।