ଭାରତ ଫେରିଲେ ଶୁଭାଂଶୁ ଶୁକ୍ଳା

ବିମାନବନ୍ଦରରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ, ୧୭/୮: ଭାରତ ଫେରିଲେ ଶୁଭାଂଶୁ ଶୁକ୍ଳା। ରବିବାର ଭୋର ସମୟରେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ଭାରତୀୟ ବାୟୁସେନା (IAF) ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ପହଞ୍ଚିଥିଲେ। ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା।

ଶୁଭାଂଶୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ସେ ବେଙ୍ଗାଲୁରୁ ଯିବେ। ସେଠାରେ ଇସ୍ରୋ ପରିସରରେ ହେବାକୁ ଥିବା ଆନ୍ତର୍ଜାତୀୟ ମହାକାଶ ଦିବସ ସମାରୋହରେ ଯୋଗ ଦେବେ।

ସୂଚନାଯୋଗ୍ୟ, ଗତ ଜୁନ୍ ମାସରେ, ଶୁଭାଂଶୁ ଶୁକ୍ଲା Axiom-4 ମିଶନରେ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)କୁ ଯାତ୍ରା କରିଥିଲେ। ସେ ରାକେଶ ଶର୍ମାଙ୍କ ପରେ ମହାକାଶକୁ ଯାଇଥିବା ଦ୍ୱିତୀୟ ଭାରତୀୟ ହୋଇଥିଲେ ଏବଂ ଆଇଏସଏସକୁ ଯାତ୍ରା କରିବାରେ ପ୍ରଥମ ଭାରତୀୟ ହୋଇଥିଲେ। ମିଶନ ସାରି ସେ ଜୁଲାଇ ୧୬ ରେ ପୃଥିବୀକୁ ଫେରି ଆସିଥିଲେ। ଶୁଭାଂଶୁଙ୍କ ସହ ଏହି ମିଶନରେ ଆମେରିକାର ପେଗି ହ୍ୱିଟସନ, ପୋଲାଣ୍ଡର ସାଓଜ୍ ଉଜନାନ୍ ସ୍କି ଓ ହଙ୍ଗେରୀର ଟିବୋର କାଟୁ ପ୍ରମୁଖ ସାମିଲ ଥିଲେ।