ରଥଯାତ୍ରା ପାଇଁ ଓଟିଡିସିର ଟୁର୍ ପ୍ୟାକେଜ୍

ଭୁବନେଶ୍ବର : ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଓଟିଡିସିର ସ୍ଵତନ୍ତ୍ର ଟୁର୍ ପ୍ୟାକେଜ୍ । ଭକ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଉପଲବ୍ଧ ହେବ ଏଇ ପ୍ୟାକେଜ । ଖାସକରି ସମ୍ବଲପୁର, ଭୁବନେଶ୍ଵର ଓ ପୁରୀ ରେ ଶ୍ରଦ୍ଧାଳୁ ଙ୍କ ପାଇଁ ଓଟିଡିସି ତରଫରୁ ସ୍ୱତନ୍ତ୍ର ଟୁର୍ ପ୍ୟାକେଜ୍ ର ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁ ମାନେ କିଭଳି ଐତିହାସିକ ଘୋଷଯାତ୍ରା କୁ ସୁରୁଖୁରୁରେ ଦେଖି ପାରିବେ ଓ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଙ୍କୁ ଦର୍ଶନ କରିପାରିବେ ସେଥିପାଇଁ ଏହି ପ୍ୟାକେଜ୍ ଅତ୍ୟନ୍ତ ଲାଭଦାୟକ ହେବ ।

ଗତ ଦୁଇ ବର୍ଷ ହେବ ବିନା ଭକ୍ତ ରେ ବଡ଼ଠାକୁରଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ସମ୍ପର୍ଣ୍ଣ ହୋଇଥିଲା । ଏଥର କିନ୍ତୁ କୋଭିଡ଼ର କଟକଣା ନାହିଁ, ଭକ୍ତ ଙ୍କୁ ଭଗବାନ ଙ୍କ ପାଖକୁ ଯିବାରେ କୌଣସି ପ୍ରତିବନ୍ଧକ ବି ନାହିଁ । ତେଣୁ ଏବର୍ଷ ଘୋଷଯାତ୍ରା ରେ ପ୍ରବଳ ଜନସମାଗମ ହେବ ବୋଲି ଆଶା କରାଯାଉଛି । ତେବେ ଏହାକୁ ଦୃଷ୍ଟିରେ ରଖି ଓଟିଡିସି ପକ୍ଷରୁ ରଥଯାତ୍ରା ସ୍ଵତନ୍ତ୍ର ଟୁର୍ ପ୍ୟାକେଜ ର ବ୍ୟବସ୍ଥା କରାଯାଇଛି । ସମ୍ବଲପୁର ରୁ ପୁରୀ, ଭୁବନେଶ୍ଵର ରୁ ପୁରୀ ଓ ପୁରୀ ରେ ଶ୍ରଦ୍ଧାଳୁଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।

ଯେଉଁମାନେ ସମ୍ବଲପୁର ରୁ ଆସି ପୁରୀ ରେ ରଥଯାତ୍ରା ଦେଖିବାକୁ ଚାହୁଁଛନ୍ତି ସେମାନେ ଜୁନ୍ ୩୦ ତାରିଖ ରାତି ୯ଟା ରେ ସମ୍ବଲପୁର ପାନ୍ଥନିବାସ ରୁ ସ୍ଵତନ୍ତ୍ର ଗାଡ଼ି ରେ ଆସି ଭୁବନେଶ୍ବର ପାନ୍ଥନିବାସ ରେ ସକାଳ ଜଳଖିଆ ଖାଇ ଅନ୍ୟଏକ ସ୍ଵତନ୍ତ୍ର ଭଲବୋ ବସ୍ ଯୋଗେ ପୁରୀ ଆସିବେ, ସେଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ରଥଯାତ୍ରା ଦେଖିବେ । ସେହିଦିନ ପୁରୀ ରୁ ପୁଣିଥରେ ଭୁବନେଶ୍ଵର ପାନ୍ଥନିବାସ ଆସି ସେଠାରୁ ରାତି ୧୦ ଟାରେ ସମ୍ବଲପୁର ଆଭିମୁଖେ ଯାତ୍ରା ଆରମ୍ଭ କରିବେ ।

ସେହିପରି ଭୁବନେଶ୍ବର ଓ ପୁରୀ ପାନ୍ଥନିବାସ ରୁ ମଧ୍ୟ ପୁରୀ ରେ ରଥଯାତ୍ରା ଦେଖିବା ପାଇଁ ସ୍ଵତନ୍ତ୍ର ପ୍ୟାକେଜ ବ୍ୟବସ୍ଥା କରାଯାଇଛି । ସମସ୍ତ ପ୍ୟାକେଜରେ ଚା’ ଜଳଖିଆ, ମଧ୍ୟାହ୍ନଭୋଜନର ସୁବ୍ୟବସ୍ଥା ମଧ୍ୟ ରହିଛି । ପ୍ୟାକେଜ୍ ର ମୂଲ୍ୟ ମଧ୍ୟ ଆକର୍ଷଣୀୟ ରହିଛି । ସମସ୍ତଙ୍କୁ ସୁହାଇଲା ଭଳିଆ ଦର ରଖାଯାଇଛି। ଯେମିତିକି ସମ୍ବଲପୁର, ଭୁବନେଶ୍ଵର ଓ ପୁରୀ ପାନ୍ଥନିବାସ ରୁ ପ୍ୟାକେଜ୍ ଦର ଯଥାକ୍ରମେ ୮୩୦୦/-, ୫୮୦୦/- ଓ ୫୦୦୦/- ରହିଛି।