ଯୌତୁକ ଜନିତ ବଧୂ ହତ୍ୟା: ପୁଅ ଆଗରେ ଜିଅନ୍ତା ଜାଳିଦେଲେ

ପୁଅ କହିଲା ହତ୍ୟାକାଣ୍ଡର ପୂରା କାହାଣୀ

ଗ୍ରେଟର ନୋଏଡା, ୨୪/୮: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରୁ ଆସିଛି ଛାତିଥରା ଘଟଣା। ପୁଅ ଆଗରେ ଜାଳି ଦେଲେ ମାଆକୁ। ପୁଅ ସବୁ ଦେଖୁଥିଲା। ହେଲେ କିଛି କରି ପାରୁନଥିଲା। ଶେଷରେ ପୋଲିସ ଆଗରେ ସବୁ ଗୋଟି ଗୋଟି କରି କହିଛି ସେହି କୁନି ପୁଅ।

ୟୁପିର ଗ୍ରେଟ୍ ନୋଏଡାରେ ନିକ୍କି ନାମ୍ନୀ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଓ ଶାଶୁ ଘରେ ଲୋକେ ଯୌତୁକ ଦାବିରେ ଜିଅନ୍ତା ଜାଳି ଦେଇଛନ୍ତି। ଏହି ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି‌। ତେବେ ଏହି ଘଟଣାରେ ଗିରଫ ହୋଇଥିବା ନିକିଙ୍କ ସ୍ୱାମୀ ବିପିନଙ୍କୁ ଗ୍ରେଟର ନୋଏଡା ପୋଲିସ ହାଜତରୁ ଖସିଯିବାକୁ ଚେଷ୍ଟା କରିବା ବେଳେ ତାଙ୍କୁ ଏନକାଉଣ୍ଟର କରାଯାଇଛି।

ନିକି, ଜଣେ ୩୦ ବର୍ଷର ମହିଳା, ତାଙ୍କ ସାନ ପୁଅ ଏବଂ ଭଉଣୀଙ୍କ ସମ୍ମୁଖରେ ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ମାଡ ମାରିବା ସହ ଜାଳି ଦେଇଛନ୍ତି। ଏହି ଘଟଣାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ନିକ୍କୀଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ବାରମ୍ବାର ଯୌତୁକ ଦାବି ପୂରଣ କରିବା ସତ୍ତ୍ୱେ, ନିକିଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ହଇରାଣ କରି ଚାଲିଥିଲେ। ପ୍ରଥମେ ସେମାନେ ଯୌତୁକରେ ଏକ ସ୍କର୍ପିଓ ମାଗିଥିଲେ, ଯାହା ଦିଆଯାଇଥିଲା। ପରେ, ସେମାନେ ଏକ ବୁଲେଟ୍ ବାଇକ୍ ମାଗିଥିଲେ, ଏବଂ ତାହା ମଧ୍ୟ ଯୋଗାଇ ଦିଆଯାଇଥିଲା। ତଥାପି, ସେମାନେ ମୋ ଝିଅକୁ ନିର୍ଯାତନା ଦେଇ ଚାଲିଥିଲେ। ସେମାନେ ଆହୁରି ୩୬ ଲକ୍ଷ ଟଙ୍କା ଦାବି କରୁଥିଲେ। ଯାହା ଦେବାକୁ ଅସମର୍ଥ ଥିଲେ ପରିବାର ଲୋକେ।