ପତ୍ନୀହନ୍ତା ସ୍ୱାମୀକୁ ଏନକାଉଣ୍ଟର
ପୋଲିସ କଷ୍ଟଡିରୁ ଖସି ପଳାଇବାକୁ ଚେଷ୍ଟା କରୁଥିଲା
‘ହତ୍ୟା ପରେ ବି ଅନୁତପ୍ତ ନୁହେଁ’
ଗ୍ରେଟର ନୋଏଡା, ୨୪/୮: ପୂରା ଦେଶକୁ ଦୋହଲାଇ ଦେଇଥିବା ନିକି ହତ୍ୟାକାଣ୍ଡରେ ଆଉ ଏକ ଘଟଣା ସାମନାକୁ ଆସିଛି। ପୋଲିସ ନିକିଙ୍କ ଅଭିଯୁକ୍ତ ସ୍ୱାମୀ ବିପିନକୁ ଗିରଫ କରି କଷ୍ଟଡିକୁ ନେଇଥିବା ବେଳେ ବିପିନ ପୋଲିସ କଷ୍ଟଡିରୁ ଖସି ପଳାଇ ଆସିବା ପାଇଁ ଚେଷ୍ଟା କରୁଥିବା। ଏହି ସମୟରେ ପୋଲିସ ତାକୁ ଏନକାଉଣ୍ଟର କରିଛି। ଗ୍ରେଟର ନୋଏଡା ପୋଲିସ ହାଜତରୁ ଖସିଯିବାକୁ ଚେଷ୍ଟା କରିବା ପରେ ଗୁଳି କରିଥିଲା ପୋଲିସ।
ପୋଲିସର କହିବା ଅନୁଯାୟୀ, ବିପିନଙ୍କୁ ସେ ଯେଉଁ ଯାଗାରୁ କିରୋସିନି କିଣି ଥିଲା ସେହି ଯାଗାକୁ ନିଆଁ ଯାଉଥିବା ବେଳେ ସେ ଜଣେ ଅଧିକାରୀଙ୍କଠାରୁ ଏକ ପିସ୍ତଲ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲା। ଏହା ପରେ ତାକୁ ଖସି ନ ପଳାଇବାକୁ ବାରମ୍ବାର ଚେତାବନୀ ସତ୍ତ୍ୱେ ସେ ସିରସା ଚୌରାହା ନିକଟରେ ହାଜତରୁ ପଳାଇ ଯାଇଥିଲେ। ଯାହା ଫଳରେ ପୋଲିସ ଗୁଳି ଚଳାଇଥିଲା ଏବଂ ଗୁଳି ଯାଇ ତା ଗୋଡ଼ରେ ବାଜିଥିଲା।
ତଥାପି, ଗିରଫ ହେବା ପରେ ବିପିନ କୌଣସି ଅନୁତାପ ପ୍ରକାଶ କରିନଥିଲା। “ମୋର କୌଣସି ଅନୁତାପ ନାହିଁ। ମୁଁ ତାଙ୍କୁ ହତ୍ୟା କରିନାହିଁ। ସେ ନିଜେ ମରିଗଲେ। ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ହୁଏ। ଏହା ବହୁତ ସାଧାରଣ”, ବୋଲି ଅତି ହାଲୁକା ଢଙ୍ଗରେ ସେ କହିଥିଲା।
ଏନକାଉଣ୍ଟର ପରେ ପ୍ରତିକ୍ରିୟା ଦେଇ ନିକିଙ୍କ ବାପା କହିଛନ୍ତି ଯେ ପୋଲିସ ଠିକ୍ କାମ କରିଛି। ଜଣେ ଅପରାଧୀ ସବୁବେଳେ ଦୌଡ଼ିବାକୁ ଚେଷ୍ଟା କରେ, ଏବଂ ବିପିନ ଜଣେ ଅପରାଧୀ ଥିଲା। ଆମର ଅନୁରୋଧ ଯେ ଅନ୍ୟମାନଙ୍କୁ ମଧ୍ୟ ଧରାଯାଉ।