କଟକ, ୨୭/୮: କଟକ ରେଳ ଷ୍ଟେଶନରେ ଭୁଶୁଡ଼ି ପଡ଼ିଛି ନିର୍ମାଣାଧୀନ ଛାତ। ପ୍ଲାଟଫର୍ମ ୧ରେ ଏହି ଛାତଟି ଭୁଶୁଡ଼ି ପଡ଼ିଛି। ଉପର ସେଡ୍ର କିଛି ଅଂଶ ମଧ୍ୟ ଟ୍ରାକ୍ ଉପରେ ପଡ଼ିଛି। ଶ୍ରମିକ ଓ ଯାତ୍ରୀଙ୍କର କ୍ଷତି ହୋଇନାହିଁ ବୋଲି ସୂଚନା ମିଳିଛି। ବନ୍ଦେ ଭାରତ ଟ୍ରେନ ଯିବାର ମାତ୍ର ଦୁଇ ମିନିଟ୍ ଭିତରେ ହିଁ ଏହି ନିର୍ମାଣାଧୀନ ଛାତ ଭୁଶୁଡ଼ି ପଡ଼ିଥିଲା। ରେଳ ଷ୍ଟେସନରୁ ନବୀକରଣ କାର୍ଯ୍ୟ ହେଉଥିବା ବେଳେ ଏହା ଭୁଶୁଡ଼ି ପଡ଼ିଛି। ପ୍ଲାଟଫର୍ମ ୧ରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି।