ଭଦ୍ରକ, ୨୭/୮: ବୈତରଣୀ ବନ୍ୟା ଦ୍ୱାରା ପ୍ରଭାବିତ ଧାମନଗର ନିର୍ବାଚନମଣ୍ଡଳୀର ହସନାବାଦ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପହଞ୍ଚି ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ସ୍ଥିତିର ସମୀକ୍ଷା କରିଛନ୍ତି । ପାଣି ଘେରରେ ଥିବା ଲୋକମାନଙ୍କୁ ଭେଟିବା ସହ ସେମାନଙ୍କ ସୁରକ୍ଷା ଓ ତୁରନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବା ବ୍ୟବସ୍ଥା କରିବାକୁ ସ୍ଥାନୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି । ବିପଦରେ ଥିବା ଲୋକମାନଙ୍କୁ ଯଥା ସମ୍ଭବ ସହଯୋଗ କରିବାକୁ ପ୍ରଶାସନକୁ କୁହାଯାଇଛି।
