ବହୁ ଅପେକ୍ଷାର ଅନ୍ତ: ପାତ୍ରପୁରକୁ ଏନ୍‌ଏସି ଘୋଷଣା

ବାଣ ରୋଷଣିରେ କମ୍ପିଲା ପୁରା ପାତ୍ରପୁର

ଖୁସି ମନାଇଲେ ପାତ୍ରପୁରବାସୀ

ପାତ୍ରପୁର, ୧/୯ : ପାତ୍ରପୁରକୁ ରାଜ୍ୟ ସରକାରଙ୍କ ଦ୍ୱାରା ରବିବାର ବିଜ୍ଞାପିତ ଅଞ୍ଚଳ ଘୋଷଣା କରାଯାଇଛି । ଦୀର୍ଘ ବର୍ଷ ହେଲା ପାତ୍ରପୁରବାସୀ ଏନ୍‌ଏସି ଘୋଷଣା ପାଇଁ ଦାବୀ କରିଆସୁଥିବା ବେଳେ ପୂର୍ବ ସରକାରରେ ପାତ୍ରପୁରକୁ ବୈମାତ୍ରୁକ ମନଭାବ ରଖି ଏନ୍‌ଏସି ଘୋଷଣା କରା ଯାଇନଥିଲା । ରାଜ୍ୟ ତଥା ଚିକିଟୀ ନିର୍ବାଚନ ମଣ୍ଡଳୀରେ ସରକାର ପରବର୍ତ୍ତନ ପରେ ପାତ୍ରପୁର ବାସୀଙ୍କ ଦୀର୍ଘ ଦିନର ଦାବୀ ସରକାର ପୂରଣ କରିଛନ୍ତି ବୋଲି ଚର୍ଚ୍ଚା ହୋଇଛି । ଏନ୍‌ଏସି ଘୋଷଣା ହେବା ପରେ ପାତ୍ରପୁରର ବିଭିନ୍ନ ସାହି ଓ ମୁଖ୍ୟ ରାସ୍ତାରେ ଗ୍ରାମବାସୀ ଡିଜେ ବଜାଇ ବାଣ ଫୁଟାଇ ଖୁସି ମନାଇଛନ୍ତି । ପାତ୍ରପୁରକୁ ଏନ୍‌ଏସି ଘୋଷଣା ପରେ ଯାହା ପୂର୍ବ ସରକାର ଦୀର୍ଘ ବର୍ଷ କରି ପାରୁନଥିଲା । ରାଜ୍ୟ ସରକାର ପରିବର୍ତ୍ତନ ପରେ ୧ବର୍ଷ ମଧ୍ୟରେ ପାତ୍ରପୁରକୁ ଏନ୍‌ଏସି ଘୋଷଣା କରି ଦେଖାଇଛନ୍ତି ବୋଲି ସାରା ପାତ୍ରପୁରରେ ଚର୍ଚ୍ଚା ଜୋର ଧରିଛି । ସେହିଭଳି ସାରା ପାତ୍ରପୁର ଠାରୁ ଆରମ୍ଭ କରି ସାମାଜିକ ଗଣମାଧ୍ୟମରେ ସ୍ଥାନୀୟ ବିଧାୟକଙ୍କ ପ୍ରଚେଷ୍ଠାରେ ଏହା ସମ୍ଭବ ହେବା ବୋଲି ଚର୍ଚ୍ଚା ହେବା ସହ ପାତ୍ରପୁରବାସୀଙ୍କ ସ୍ୱପ୍ନ ସାକାରା ହେଲା ବୋଲି ମତ ପ୍ରକାଶ ପାଇଛି । ଏନ୍‌ଏସି ଘୋଷଣା ପରେ ପାତ୍ରପୁରବାସୀ ଚିକିଟୀ ବିଧାୟକଙ୍କୁ ବିପୁଳ ସମ୍ବର୍ଦ୍ଧନା ସହ ବିଶାଳ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ । ପାତ୍ରପୁର ଏନ୍‌ଏସି ଘୋଷଣା ହୋଇଥିବା ବେଳେ ପାତ୍ରପୁର ପ୍ରବଳ ବର୍ଷା ହୋଇଥିଲା ଯାହାକୁ ପାତ୍ରପୁର ପାଇଁ ପୁଷ୍ପ ବୁଷ୍ଟି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

ସେହିଭଳି ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀ କରି ବିକାଶର ନୂଆଁ ଅଧ୍ୟାୟ ଲେଖା ହେଲା ବୋଲି ଚିକିଟୀ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ନାରୀ ନେତ୍ରୀ ତଥା ମନୁସେନା ସମ୍ପାଦିକା ମୀନା ଦ୍ୟାନ ସାମନ୍ତରା ପ୍ରତିକ୍ଷାର ଅନ୍ତ ଘଟିଲା, ପାତ୍ରପୁରକୁ ଏନ୍‌ଏସି ଘୋଷଣା ହେଲା ବୋଲି ପ୍ରକାଶ କରିଛନ୍ତି । ସମ୍ମିଳନୀ ରେ ପାତ୍ରପୁର ଉପାଧ୍ୟକ୍ଷ ଅନାଦି ଚରଣ ପଣ୍ଡିତ, ପାତ୍ରପୁର ସରପଞ୍ଚ ସଦାନନ୍ଦ ନାୟକ, ବିଧାନସଭା ସଂଯୋଜକ ଆପନା ପ୍ରଧାନ, ବରିଷ୍ଠ ନେତା ରଞ୍ଜନ ପ୍ରଧାନ, ଅଶୋକ ପଣ୍ଡାଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ । ଏପରିକି ବିରୋଧୀ ଆହୁରି ପଛକୁ ଫେରିଗଲା ବୋଲି ସାଧାରଣରେ ଚର୍ଚ୍ଚା ଯର ଧରିଥିବା ଦେଖିବାକୁ ମିଳିଛି। ପାତ୍ରପୁର ଗ୍ରାମବାସୀ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଙ୍କୁ ବିପୁଳ ମାତ୍ରାରେ ସମ୍ବଦ୍ଧନା ଦେଇଥିବା ଦେଖିବାକୁ ମିଳିଛି।