ସୁଦାନ, ୨/୯: ପଶ୍ଚିମ ସୁଡାନର ମାରା ପର୍ବତମାଳା ଅଞ୍ଚଳରେ ଭୂସ୍ଖଳନ ହେବାର ଫଳରେ ଏକ ଗାଆଁ ଦାରଫୁର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଏହି ଭୂସ୍ଖଳନରେ ଅତି କମରେ ୧୦୦୦ ଲୋକଙ୍କର ମୃତ୍ୟୁ ହୋଇଛି। କେବଳ ଜଣେ ବଞ୍ଚି ରହିଛନ୍ତି ବୋଲି ସୁଦାନ ମୁକ୍ତି ଆନ୍ଦୋଳନ ସେନା କହିଛି।
ପ୍ରବଳ ବର୍ଷା ପରେ ଅଗଷ୍ଟ ୩୧ ତାରିଖରେ ଭୂସ୍ଖଳନ ହୋଇଥିଲା।
ଦାରଫୁର ଅଞ୍ଚଳରେ ସମସ୍ତ ପ୍ରଭାବିତଙ୍କ ମୃତଦେହ ଉଦ୍ଧାର କରିବାରେ ସାହାଯ୍ୟ କରିବାକୁ ଜାତିସଂଘ ଏବଂ ଅନ୍ତର୍ଜାତୀୟ ସହାୟତା ସଂସ୍ଥାଗୁଡ଼ିକୁ ନିବେଦନ କରିଛି ସୁଦାନ ମୁକ୍ତି ଆନ୍ଦୋଳନ ସେନା। ଗାଁଟି ଏବେ ସମ୍ପୂର୍ଣ୍ଣ ଭୂଇଁରେ ପରିଣତ ହୋଇଯାଇଛି ବୋଲି କହିଛି।
ସୁଦାନରେ ଦୀର୍ଘ ସମୟ ଧରି ମୁକ୍ତି ଆନ୍ଦୋଳନ ଚାଲୁଥିବା ବେଳେ ଏଥିରୁ ବର୍ତ୍ତିବା ପାଇଁ ସାଧାରଣ ଲୋକେ ସାରା ପର୍ବତମାଳା ଅଞ୍ଚଳରେ ଆଶ୍ରୟ ନେଉଥିଲେ। ତେବେ ଏହି ଅଞ୍ଚଳ ସମ୍ପୂର୍ଣ୍ଣ ବାହ୍ୟ ଜଗତରୁ ବିଚ୍ଛିନ୍ନ ଅଟେ। ଏଠାକୁ ଯିବା ପାଇଁ କୌଣସି ଗାଡ଼ିର ସୁବିଧା ନାହିଁ ଏବଂ ଏଠାରେ ଖାଦ୍ୟ ଓ ଔଷଧ ପହଞ୍ଚି ପାରେନାହିଁ।