ହସ୍ପିଟାଲରୁ ଡିସଚାର୍ଜ ହେଲେ ଅଭିନେତା ବାବୁସାନ ମହାନ୍ତି, ଦେଖା କରିବାକୁ ଆସିଥିଲେ ପତ୍ନୀ ତୃପ୍ତି

ଭୁବନେଶ୍ୱର: ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି । ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ତେବେ ଡିସଚାର୍ଜ ପୂର୍ବରୁ ବାବୁସାନଙ୍କୁ ଭେଟିବାକୁ ଆସିଥିଲେ ପତ୍ନୀ ତୃପ୍ତି ଶତପଥୀ । ବାବୁସାନ୍‌ଙ୍କୁ ଦେଖା କରିବାକୁ ସେ ହସ୍ପିଟାଲ ଆସିଥିଲେ ପତ୍ନୀ ତୃପ୍ତି । କେବଳ ଦେଖା କରିବାକୁ ଆସିନଥିଲେ, ଡିସଚାର୍ଜ ପରେ ସାଙ୍ଗରେ ଘରକୁ ବି ନେଇ ଯାଇଥିଲେ ।

ସୂଚନା ଥାଉକି, ଦମନ ଫିଲ୍ମର ପ୍ରମୋସନ୍ ପାଇଁ ଯାଇ ଲେହରେ ଅସୁସ୍ଥ ହୋଇଥିଲେ ବାବୁସାନ୍ । ସେଠାରେ ବାଇକ ଚଳାଇବା ପରେ ତାଙ୍କ ଅକ୍ସିଜେନ ସ୍ତର କମିଯାଇଥିଲା । ଅକ୍ସିଜେନ୍ ସ୍ତର କମିବା ଓ ପେଟଜନିତ ସମସ୍ୟା କାରଣରୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବାବୁସାନ୍ । ଭୁବନେଶ୍ୱର ଫେରିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରାୟ ତିନି ଚାରି ଦିନ ହେଲା ବାବୁସାନ ଚିକିତ୍ସାଧୀନ ଥିଲେ ।