ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ଭୁବନେଶ୍ବର : ଗତ କିଛି ସପ୍ତାହ ହେଲା ବଙ୍ଗୋପସାଗରରେ ନିୟମିତ ଭାବେ ଲଘୁଚାପ ସୃଷ୍ଟି ହେବା ଦେଖାଯାଉଛି । ଏସବୁ ଲଘୁଚାପ ବିଶେଷ ଶକ୍ତିଶାଳୀ ହୋଇନଥିଲେ ବି ତାହା ମୌସୁମୀକୁ ସକ୍ରିୟ ରଖୁଛି ଓ ବର୍ଷା କରାଉଛି ।

ଗତ ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି । ତେବେ ବଙ୍ଗୋପସାଗରରେ ପୁଣି ଏକ ପାଣିପାଗ ସିଷ୍ଟମ ସୃଷ୍ଟି ହେବାର ଲକ୍ଷଣ ଦେଖାଗଲାଣି । ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ପୂର୍ବାନୁମାନ ଅନୁସାରେ  ସେପ୍ଟେମ୍ବର ୨୫ ବେଳକୁ ଉତ୍ତର ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଟ୍ରଫ୍ ଲାଇନ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ପରବର୍ତ୍ତୀ ୨୪ ଘଣ୍ଟା ଅର୍ଥାତ ସେପ୍ଟେମ୍ବର ୨୬ରେ ଏହା ଏକ ଘୂର୍ଣ୍ଣିବଳୟରେ ପରିଣତ ହେବାର ସମ୍ଭାବନା ରହିଛି ଓ ସେପ୍ଟେମ୍ବର ୨୭ ବେଳକୁ ଏହା ଆହୁରି ଚିହ୍ନିତ ହୋଇ ଲଘୁଚାପରେ ପରିଣତ ହୋଇପାରେ । ଏହି ସମୟ ବେଳକୁ ଏହା ଉପକୂଳର ନିକଟତର ହୋଇଥିବ ।