ନୂଆଦିଲ୍ଲୀ, ୩/୯: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ମିଳିଥିବା ସଦ୍ୟତମ ସୂଚନା ଅନୁଯାୟୀ, ଯେଉଁମାନେ ୨୦୨୪ ଡ଼ିସେମ୍ବର ୩୧ ପର୍ଯ୍ୟନ୍ତ ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନରୁ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ଯେପରିକି ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ଶରଣାର୍ଥୀ ଭାବେ ଭାରତକୁ ଆସିଥିଲେ, ସେମାନେ ଏଥର ଦେଶରେ ରହି ପାରିବେ। ଧାର୍ମିକ ନିର୍ଯାତନାରୁ ରକ୍ଷା ପାଇବା ପାଇଁ ଭାରତ ଆସିଥିବା ଲୋକଙ୍କୁ ପାସପୋର୍ଟ କିମ୍ବା ଅନ୍ୟ ଡକ୍ୟୁମେଣ୍ଟ ବିନା ଦେଶରେ ରହିବାକୁ ଅନୁମତି ଦିଆଯିବ।
ଗତ ବର୍ଷ ଲାଗୁ ହୋଇଥିବା ନାଗରିକତା (ସଂଶୋଧନ) ଆଇନ (CAA) ଅନୁଯାୟୀ, ଡିସେମ୍ବର ୩୧, ୨୦୨୪ କିମ୍ବା ତା’ପୂର୍ବରୁ ଭାରତ ଆସିଥିବା ଏହି ନିର୍ଯାତିତ ସଂଖ୍ୟାଲଘୁଙ୍କ ସଦସ୍ୟମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପାକିସ୍ତାନରୁ ଆସିଥିବା ହିନ୍ଦୁଙ୍କୁ ବଡ଼ ଆଶ୍ୱସ୍ତି ଦେବ।