NH କଡ଼ରେ ପଡିଛି ଯୁବକଙ୍କ ମୃତଦେହ

ଭୁବନେଶ୍ୱର ୨୫।୦୯: ଜାତୀୟ ରାଜପଥ କଡ଼ରେ ପଡିଛି ମୃତଦେହ । ଚନ୍ଦକା ଥାନା କଣ୍ଟାବାଡ଼ ପଞ୍ଚାୟତ ଗୋଡିବାରି ଜାତୀୟ ରାଜପଥ କଡ଼ରେ ପଡିଛି ମୃତଦେହ । ଏବେ ଯାଏଁ ପରିଚୟ ଅସ୍ପଷ୍ଟ ରହିଛି । ଚନ୍ଦକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ଖବର ଅନୁଯାୟୀ, ରବିବାର ସକାଳେ ଜାତୀୟ ରାଜପଥ କଡ଼ରେ ଏହି ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ଚନ୍ଦକା ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଯୁବକଙ୍କ କିପରି ମୃତ୍ୟୁ ହେଲା, ସେନେଇ କିଛି ସ୍ପଷ୍ଟ ସୂଚନା ନାହିଁ । ପୋଲିସ ତଦନ୍ତ କରୁଥିବା ବେଳେ ସାଇଣ୍ଟିଫିକ ଟିମ ମଧ୍ୟ ଘଟଣାସ୍ଥଳରେ ପହଁଚି ଛାନଭିନ ଜାରି ରଖିଛି ।