ପୁଣି ଜିତିଲେ ଅସିତ ତ୍ରିପାଠୀ, ଭୁବନେଶ୍ୱର କ୍ଳବର ସଭାପତି ନିର୍ବାଚିତ

ଭୁବନେଶ୍ୱର ୨୫।୦୯: ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପୁଣି ଭୁବନେଶ୍ୱର କ୍ଳବ ସଭାପତି ନିର୍ବାଚିତ ହେଲେ । ଲଗାତାର ଦ୍ଵିତୀୟ ଥର ଭାବରେ ଭୁବନେଶ୍ୱର କ୍ଲବ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସେ ୮୧.୫ ପ୍ରତିଶତ ଭୋଟ ପାଇଛନ୍ତି | ତାଙ୍କ ସହ ତାଙ୍କ ପ୍ୟାନେଲ୍ ମଧ୍ୟ ବିଜୟୀ ହୋଇଛି ।

ସେହିପରି ବରିଷ୍ଠ ପ୍ରଶାସକ ଦିଲ୍ଲୀପ ରାଉତରାୟ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ଏବଂ ଯୁଗ୍ମ ସମ୍ପାଦକ ଭାବେ ଅଶୋକ ମିଶ୍ର ନିର୍ବାଚିତ ହୋଇଛନ୍ତି । ସଭାପତି ନିର୍ବାଚନ ବିଜୟୀ ହେବାପରେ ଅସିତ ତ୍ରିପାଠୀ କହିଛନ୍ତି ଗତ ବର୍ଷକ ଭିତରେ କ୍ଳବର ଉନୟନ କାମ ପାଇଁ ଆମ ଟିମ୍ କୁ ଭୋଟ ମିଳିଛି । ସଂପାଦକ ଭାବେ ନିର୍ବାଚିତ ହୋଇଥିବା ଆଇଏ ଏସ ଅଧିକାରୀ ଦିଲ୍ଲୀପ ରାଉତରାୟ କହିଛନ୍ତି ଏହା ଆମ ସଭାପତିଙ୍କ ବିଜୟ । ଗତ ବର୍ଷକ ଭିତରେ କ୍ଲବରେ ଭିତିଭୂମି ବିକାଶ, କ୍ଲବର ଟ୍ରାନ୍ସଫରମେସନ୍ ହୋଇଛି, ତାକୁ ଆଗକୁ ନେବୁ ବୋଲି ଭୁବନେଶ୍ବର କ୍ଲବ୍ ସଂପାଦକ କହିଛନ୍ତି ।