ଭୁବନେଶ୍ୱର, ୧୧/୯: ରାଜ୍ୟରେ ନକଲି ମାପକ ଯନ୍ତ୍ରରେ ବିଭିନ୍ନ ସାମଗ୍ରୀ ବିକ୍ରି ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ ଚଢ଼ାଉ ସହ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି, ପେଟ୍ରୋଲ୍ ପମ୍ପ୍, ସୁନା ଦୋକାନ, ଚିକେନ୍ ଦୋକାନ ସବୁଠି ଓଜନରେ ଠକେଇ ହେଉଛି। ସୁନା ଦୋକାନ ଗୁଡ଼ିକ ଉପରେ ଚଢ଼ାଉ ବଢ଼ାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଫିସର୍ ଚଳିତ ବର୍ଷ ଅଧିକ ଚଢ଼ାଉ କଲେ ଆସନ୍ତା ବର୍ଷ ପୁରସ୍କାର ଦିଆଯିବ। ଯାହା ଆବଶ୍ୟକ ସେଥିପାଇଁ ସରକାର ସହାୟତା ଯୋଗାଇ ଦେବେ ବୋଲି ମନ୍ତ୍ରୀ କହିଛନ୍ତି।