ନୂଆଦିଲ୍ଲୀ, ୧୫/୯: ସୋମବାର ସୁପ୍ରିମକୋର୍ଟ ୱାକଫ (ସଂଶୋଧନ) ଆଇନ ୨୦୨୫କୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଓ୍ୱାକଫ୍ ସଂଶୋଧନ ଆଇନକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ସୁପ୍ରିମକୋର୍ଟ ୱାକଫ ଆଇନର କିଛି ବ୍ୟବସ୍ଥା ଉପରେ ସ୍ଥଗିତାଦେଶ ଦେଇଛନ୍ତି। ଏହା ସହିତ, କୋର୍ଟ କହିଛନ୍ତି ଯେ ସମ୍ପୂର୍ଣ୍ଣ ଆଇନ ଉପରେ ସ୍ଥଗିତାଦେଶ ଲଗାଇବାର କୌଣସି ଆଧାର ନାହିଁ। ୱାକଫ ଆଇନରେ କୁହାଯାଇଥିଲା ଯେ ୱାକଫ ସମ୍ପତ୍ତି ଘୋଷଣା କରିବା ପାଇଁ, ବ୍ୟକ୍ତି ୫ ବର୍ଷ ଧରି ଇସଲାମ ଧର୍ମ ପାଳନ କରୁଥିବା ଆବଶ୍ୟକ। ଯାହାକୁ କୋର୍ଟ ଏହି ବ୍ୟବସ୍ଥା ଉପରେ ସ୍ଥଗିତାଦେଶ ଦେଇଛନ୍ତି। ଏହା ସହିତ, ଅନ୍ୟ କିଛି ବ୍ୟବସ୍ଥା ଉପରେ ସ୍ଥଗିତାଦେଶ ଦିଆଯାଇଛି।
ଓ୍ୱାକଫ୍ ଆଇନର ଅନୁଚ୍ଛେଦ ୩୭୪ ଉପରେ ଲାଗିଲା ରୋକ୍। ରାଜସ୍ୱ ରେକର୍ଡ ସମ୍ୱଦ୍ଧୀୟ ଧାରାରେ ଲାଗିଲା କଟକଣା। ଓ୍ୱାକଫ୍ ଆଇନର ବୈଧ୍ୟତାକୁ ନେଇ ପୈସଲା ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ଓ୍ୱାକଫ୍ ବୋର୍ଡରେ ୩ରୁ ଅଧିକ ଅଣମୁସଲିମ୍ ରହିବେ ନାହିଁ। ତେଣୁ ସଂପୂର୍ଣ୍ଣ ଆଇନରେ ରୋକ୍ ଲଗାଇବାର ଆବଶ୍ୟକତା ନାହିଁ। ସେହିପରି ବିବାଦର ସମାଧାନ କରିପାରିବେ ନାହିଁ ଜିଲ୍ଲାପାଳ। ଓ୍ୱାକଫ୍ ବୋର୍ଡର CEO ଜଣେ ମୁସଲିମ୍ ହେବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଛନ୍ତି।