ଅଘଟଣ: ଭାଙ୍ଗିଲା ଦୁର୍ଗାପୂଜା ମଣ୍ଡପ ତାଜା, ୩ ଆହତ

ପବନରେ ଭୁଶୁଡ଼ିଲା ଲାଇଟ୍ ଗେଟ୍

କଟକ, ୧/୧୦: ବର୍ତ୍ତମାନ ସାରା ରାଜ୍ୟରେ ଦୁର୍ଗାପୂଜାକୁ ନେଇ ଉତ୍ସାହର ମାହୋଲ ଥିବା ବେଳେ କଟକରେ ବଡ଼ ଅଘଟଣ ଘଟିଛି। ଫିକା ପଡ଼ିଲା ଦୁର୍ଗାପୂଜା ଖୁସି। କଟକ ରାଜାବଗିଚାରେ ପୂଜା ମଣ୍ଡପର ତାଜା ଭାଙ୍ଗିଯାଇଛି। ଯେଉଁଥିରେ ୩ ଜଣ ଆହତ ହୋଇଛନ୍ତି। ଆହତ ୩ ଜଣଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ସର୍ବୋଦୟପୁର ପୂଜା କମିଟି ପକ୍ଷରୁ ଏହି ପୂଜା ଚାଲିଥିଲା।

ସେହିପରି ଅନ୍ୟ ଏକ ସ୍ଥାନରେ ମଧ୍ୟ ଅଘଟଣ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ହେଉଥିବା ବେଳେ ପବନରେ ଭାଙ୍ଗିଯାଇଛି ଲାଇଟ୍‌ ଗେଟ୍‌। କଲେଜ ଛକ ଲାଇଟ୍‌ ଗେଟ୍‌ ପ୍ରବଳ ବର୍ଷାରେ ଭୁଶୁଡ଼ି ପଡ଼ିଛି। ତେବେ ଏହି ଘଟଣାରେ କାହାର କିଛି କ୍ଷତି ହୋଇନାହିଁ ବୋଲି ସୂଚନା ମିଳିଛି।