PMAY-U 2.0 ଅଧୀନରେ ୧୪ଟି ରାଜ୍ୟକୁ ୧.୪୧ ଲକ୍ଷ ଘର ମଞ୍ଜୁର କଲେ କେନ୍ଦ୍ର ସରକାର

କେନ୍ଦ୍ରୀୟ ମଞ୍ଜୁରୀ ଏବଂ ତଦାରଖ କମିଟି (CSMC)ର ପଞ୍ଚମ ବୈଠକରେ ଅନୁମୋଦନ

ନୂଆଦିଲ୍ଲୀ, ୧୬/୧୦: କେନ୍ଦ୍ର ସରକାର ୧୪ଟି ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ (PMAY-U) ୨.୦ ଅଧୀନରେ ୧,୪୧,୦୦୦ ଘର ନିର୍ମାଣକୁ ଅନୁମୋଦନ କରିଛନ୍ତି। ଏପର୍ଯ୍ୟନ୍ତ ଆବାସ ମିଶନ ଅଧୀନରେ ମୋଟ ୧୦ ଲକ୍ଷ ୟୁନିଟ୍ ରୁ ଅଧିକ ଘର ମଞ୍ଜୁର କରି ସାରିଲାଣି ବୋଲି ବୋଲି ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (MoHUA)।

ବୁଧବାର ଦିଲ୍ଲୀରେ ଅନୁଷ୍ଠିତ ଏବଂ MoHUA ସଚିବ ଶ୍ରୀନିବାସ କାଟିକିଥଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ରୀୟ ମଞ୍ଜୁରୀ ଏବଂ ତଦାରଖ କମିଟି (CSMC)ର ପଞ୍ଚମ ବୈଠକରେ ଏହି ଅନୁମୋଦନ କରାଯାଇଛି।

ଅନୁମୋଦିତ ୧୪୦,୯୪୨ ଘର ମଧ୍ୟରୁ ୭୬,୯୭୬ ଘର ମହିଳାଙ୍କ ପାଇଁ, ୧୩,୫୦୯ ଘର ବରିଷ୍ଠ ନାଗରିକଙ୍କ ପାଇଁ, ୭ଟି ତୃତୀୟ ଲିଙ୍ଗୀ ବ୍ୟକ୍ତିଙ୍କ ପାଇଁ ଗୃହ ବଣ୍ଟନ କରାଯାଇଛି। ସେହିପରି ୨୯,୧୩୧ ଘର ଅନୁସୂଚିତ ଜାତି (ଏସ୍ ସି), ୬,୫୬୧ ଘର ଅନୁସୂଚିତ ଜନଜାତି (ଏସ୍ ଟି) ଏବଂ ୭୪,୨୯୧ ଘର ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ପାଇଁ ମଞ୍ଜୁର କରାଯାଇଛି।

ମନ୍ତ୍ରଣାଳୟ କହିଛି ଯେ, PMAY-U 2.0 ରେ ଏପର୍ଯ୍ୟନ୍ତ ମହିଳାଙ୍କ ପାଇଁ ୬,୩୧,୦୦୦ ଘର ମଞ୍ଜୁର କରାଯାଇଛି। ଅବିବାହିତ କିମ୍ବା ବିଧବା ମହିଳାଙ୍କ ପାଇଁ ୭୦,୦୦୦ ରୁ ଅଧିକ ଘର, ବରିଷ୍ଠ ନାଗରିକଙ୍କ ପାଇଁ ୧,୦୪,୦୦୦ ଏବଂ ଟ୍ରାନ୍ସଜେଣ୍ଡର ହିତାଧିକାରୀଙ୍କ ପାଇଁ ୧୬୩ ଘର ମଞ୍ଜୁର କରାଯାଇଛି। ଅନୁସୂଚିତ ଜାତି ପାଇଁ ପ୍ରାୟ ୨,୨୦,୦୦୦ ଘର, ଅନୁସୂଚିତ ଜନଜାତି ପାଇଁ ୫୧,୧୮୧ ଘର ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ପରିବାର ପାଇଁ ୫,୩୫,୦୦୦ ଘର ମଞ୍ଜୁର କରାଯାଇଛି।

ବର୍ତ୍ତମାନ ଆସାମ, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ଗୁଜରାଟ, ଜମ୍ମୁ ଏବଂ କାଶ୍ମୀର, ରାଜସ୍ଥାନ, ତାମିଲନାଡୁ, ମଧ୍ୟପ୍ରଦେଶ, ଓଡ଼ିଶା, ହରିୟାଣା, ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡ ସମେତ ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଘର ମଞ୍ଜୁର କରାଯାଇଛି।

ସୂଚନାଯୋଗ୍ୟ, ସହରାଞ୍ଚଳ ଗରୀବ ଲୋକଙ୍କୁ ଘର ଯୋଗାଇ ଦେବା ପାଇଁ ସରକାରଙ୍କ ତରଫରୁ ପ୍ରତି ହିତାଧିକାରୀଙ୍କୁ ୨,୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି।