ମାଲକାନଗିରି, ୨୫/୧୦: ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର ଉସୁର ଥାନା ଅନ୍ତର୍ଗତ ନେଲାକାଙ୍କେର ଗାଁରେ ଘଟିଛି ଅଭାବନୀୟ ଘଟଣା। ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି। ଦୁଇ ଜଣଙ୍କ ଗଳାକାଟି ହତ୍ୟା କଲେ ମାଓବାଦୀ। ମୃତ ଦୁଇ ଜଣ ହେଲେ ୨୫ ବର୍ଷୀୟ ରବି କଟ୍ଟମ ଏବଂ ୩୮ ବର୍ଷୀୟ ତିରୁପତି ସୋଡି। ମାଓ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା କରାଯାଇଛି।
ଗତ କାଲି ବିଳମ୍ବିତ ରାତିରେ ଦୁଇ ଯୁବକଙ୍କୁ ଅପହରଣ କରି ନେଇଥିଲେ ମାଓବାଦୀ। ଏହା ପରେ ସେମାନଙ୍କୁ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କରିଥିଲେ। ଆଜି ସକାଳେ ଗାଁ ଲୋକମାନେ ଜଙ୍ଗଲକୁ ଯାଉଥିବା ବେଳେ ଉଭୟଙ୍କର ମୃତଦେହ ଦେଖିବାକୁ ପାଇଥିଲେ। ପୋଲିସ୍ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା କରାଯାଇଥିବା ଘଟଣାସ୍ଥଳରୁ ଏକ ହାତ ଲେଖା ପୋଷ୍ଟର ମିଳିଛି। ଉସୁର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।