ଭୁବନେଶ୍ଵର, ୨୯/୧୦: କଳା ସାର୍ବଜନୀନ ଏକବିଂଶ ଶତାବ୍ଦୀରେ ବିଜ୍ଞାନ ସହ କଳାନୁରାଗ ସମତୁଲ୍ୟ ବିଦ୍ୟା ବିଶ୍ୱବାସୀଙ୍କୁ ଆମୋହିତ କରିବାରେ ଲାଗିଛି। ଗୋଟିଏ ଜାତିର ସାମଗ୍ରିକ ଐତିହ୍ୟର ପୂର୍ବାଭାସ ତାର ନୃତ୍ୟ, ସଂଗୀତ, ସାହିତ୍ୟରୁ ସ୍ପଷ୍ଟ ବୁଝାପଡେ ବୋଲି ଜାତୀୟ ବିଜ୍ଞାନ ଶିକ୍ଷା ଗବେଷଣା ପ୍ରତିଷ୍ଠାନ (ନାଇସର) ଠାରେ ଅନୁଷ୍ଠିତ ସାଂସ୍କୃତିକ ଉତ୍ସବ ” ଅନୁରଙ୍ଗ ୨୦୨୫” ରେ ଶତାଧିକ କଳାନୁରାଗୀ ମେଧାବୀ ବିଦ୍ୟାର୍ଥୀଙ୍କ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ଭାରତୀୟ କଳା ଐତିହ୍ୟର ଗରିମାଗାନ କରିଛି ବୋଲି ନାଇସରର ନିର୍ଦେଶକ ପ୍ରଫେସର ଡ଼କ୍ଟର ହରେନ୍ଦ୍ରନାଥ ଘୋଷ କହିଛନ୍ତି। ସର୍ବଭାରତୀୟ ସ୍ତରରୁ ବିଜ୍ଞାନ ଗବେଷକ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ଆୟୋଜିତ ହୋଇଥିଲା ଏହା ଉତ୍ସବ।
ଏହି ଉତ୍ସବ ହୋମିବାବା ଜାତୀୟ ଅନୁଷ୍ଠାନ ଦ୍ୱାରା ଆୟୋଜିତ ହୋଇଥିଲା। ଏହାର ପ୍ରାୟୋଜକ ଥିଲା ଭାରତ ସରକାରଙ୍କ ଆଣବିକ ଶକ୍ତି ମନ୍ତ୍ରଣାଳୟ।
ଏହି ଉତ୍ସବରେ ରେଜିଷ୍ଟାରର ଡ଼କ୍ଟର ପ୍ରଣୟ କୁମାର ସ୍ୱାଇଁ କରିଥିଲେ ଯେ, ବିଜ୍ଞାନ ସହ କଳାର ସମ୍ପର୍କ ଖୁବ ନିବିଡ଼। ଏଚ ବି ଏନ ଆଇ ମୁମ୍ବାଇର ଡ଼କ୍ଟର ଦୀପାନ୍ୱିତା ଦତ୍ତା, ବିଦ୍ୟାର୍ଥୀ ମନ୍ତ୍ରଣାଳୟ ଅଧିକାରୀ ଡ଼କ୍ଟର ଅଶୋକ ମହାପାତ୍ର ଓ “ଅନୁରଙ୍ଗ ୨୦୨୫” ସାଂସ୍କୃତିକ ଉତ୍ସବର ଅଧ୍ୟକ୍ଷ ଡ଼କ୍ଟର ସାରଳାଶ୍ରିତ ମହାନ୍ତି ବକ୍ତବ୍ୟରେ ବିଜ୍ଞାନ ଗବେଷଣା ବିଦ୍ୟାର୍ଥୀ ମାନଙ୍କ କଳାନୁରାଗ ପରିବୃଦ୍ଧି ପାଈଁ ଆହ୍ୱାନ ଦେଇଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଓଡ଼ିଶାର ସୁନାମଧନ୍ୟ ଅନ୍ତଃରାଷ୍ଟ୍ରୀୟ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ଓଡ଼ିଆ ଭାଷା ସାହିତ୍ୟ ବିଭାଗର ବରିଷ୍ଠ ଓଡ଼ିଆ ଅଧ୍ୟାପକ ଡ଼କ୍ଟର ଚିତ୍ତରଞ୍ଜନ ସାହାଣୀଙ୍କୁ ସମ୍ବର୍ଦ୍ଧିତ ହୋଇଥିଲେ। ଯାହା ଫଳରେ ନୃତ୍ୟଶିଳ୍ପୀଙ୍କ ମନୋରମ ଅଭିବ୍ୟକ୍ତି ଓ ନୃତ୍ୟ ପ୍ରଦର୍ଶନ ବିଦ୍ୟାର୍ଥୀ ମାନଙ୍କୁ ପ୍ରେରଣା ଯୋଗାଉଛି।