ଦେଶ ପାଳୁଛି ବିଶ୍ଵ ସଞ୍ଚୟ ଦିବସ

ଅଧିକ ପଢନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ରେ

ଆଜିର ତାରିଖ ୩୦ ଅକ୍ଟୋବର ୨୦୨୫

ବିଶ୍ୱ ସଞ୍ଚୟ ଦିବସ:- ଅକ୍ଟୋବର ୩୧ ତାରିଖ ସାରା ବିଶ୍ୱରେ ବିଶ୍ୱ ସଞ୍ଚୟ ଦିବସ ଭାବେ ପାଳିତ ହୁଏ। ତେବେ ଭାରତରେ ଏହି ଦିବସ ଅକ୍ଟୋବର ୩୦ରେ ପାଳିତ ହେଉଛି। ଅକ୍ଟୋବର ୩୧, ୧୯୩୪ରେ ଇଟାଲୀର ମିଲାନରେ ପ୍ରଥମ ଆନ୍ତର୍ଜାତୀୟ ସଞ୍ଚୟ ବ୍ୟାଙ୍କ ଅଧିବେଶନ(World Society of Savings banks) ଅନୁଷ୍ଠିତ ହୋଇଥିଲା। ସେହି ସମୟରେ ଅକ୍ଟୋବର ୩୧କୁ ବିଶ୍ୱ ସଞ୍ଚୟ ଦିବସ ଭାବେ ପାଲନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଇଟାଲୀର ପ୍ରଫେସର ଫିଲିପ୍ପୋ ରବିଜା ଅଧିବେଶନର ଶେଷ ଦିନରେ ଏହି ଦିନକୁ ବିଶ୍ୱ ସଞ୍ଚୟ ଦିବସ ଭାବେ ଘୋଷଣା କରିଥିଲେ। ଦେଶ ତଥା ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ଅର୍ଥନୈତିକ ଅଭିବୃଦ୍ଧିରେ ସଞ୍ଚୟର ପ୍ରାସଙ୍ଗିକତାକୁ ପ୍ରାଧାନ୍ୟ ଦେବାକୁ ଏହି ଦିବସ ପାଳନ କରାଯାଏ।

 

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ହୋମି ଜାହାଙ୍ଗୀର ଭାବା  (୩୦ ଅକ୍ଟୋବର ୧୯୦୯ – ୨୪ ଜାନୁଆରୀ ୧୯୬୬) ଜଣେ ପ୍ରମୁଖ ଭାରତୀୟ ବୈଜ୍ଞାନିକ ଥିଲେ, ଯିଏ ଭାରତର ପରମାଣୁ ଶକ୍ତି କାର୍ଯ୍ୟକ୍ରମର କଳ୍ପନା କରିଥିଲେ।

୨. ପ୍ରମୋଦ ବୃତ୍ତିଶ ମହାଜନ (୩୦ ଅକ୍ଟୋବର ୧୯୪୯ – ୩ ମଇ ୨୦୦୬) ଜଣେ ଭାରତୀୟ ରାଜନେତା ଥିଲେ। ପ୍ରମୋଦ ମହାଜନ ଭାରତୀୟ ଜନତା ପାର୍ଟିର ଜଣେ ଶ୍ରେଷ୍ଠ ନେତା ଥିଲେ।

୩. ଦଲିପ ତାହିଲ (୩୦ ଅକ୍ଟୋବର ୧୯୫୨) ଜଣେ ଭାରତୀୟ ଅଭିନେତା ଯିଏ ୧୦୦ ରୁ ଅଧିକ ବଲିଉଡ୍ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ବହୁ ଦଶନ୍ଧି ଧରି କ୍ୟାରିଅରରେ, ସେ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ୟୁସୁଫ ହୁସେନ (୧୯୪୮ – ୩୦ ଅକ୍ଟୋବର ୨୦୨୧) ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତା ଥିଲେ। ଅନେକ ଚଳଚ୍ଚିତ୍ର ଏବଂ ଧାରାବାହିକରେ ଅଭିନୟ କରିଥିବା ୟୁସୁଫ ହୁସେନ ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ହଂସଲ ମେହେତାଙ୍କ ଶ୍ୱଶୁର ଥିଲେ। ସେ ‘ଧୂମ୍ ୨’, ‘ରଇସ୍’ ଏବଂ ‘ରୋଡ୍ ଟୁ ସଙ୍ଗମ୍’ ଭଳି ଚଳଚ୍ଚିତ୍ରରେ କାମ କରିଥିଲେ। ସେ ମୁଖ୍ୟତଃ ହିନ୍ଦୀ ସିନେମାରେ ସକ୍ରିୟ ଥିଲେ।

 

ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-

୧୬୧୧ – ଗୁସ୍ତାଫ୍ ଦ୍ୱିତୀୟ ଆଡଲଫ୍ ୧୭ ବର୍ଷ ବୟସରେ ସ୍ୱିଡେନର ରାଜା ହୋଇଥିଲେ।

୧୯୨୨ – ବେନିଟୋ ମୁସୋଲିନି ଇଟାଲୀରେ ସରକାର ଗଠନ କରିଥିଲେ।

୧୯୩୦ – ତୁର୍କିୟ ଏବଂ ଗ୍ରୀସ୍ ଏକ ବନ୍ଧୁତା ଚୁକ୍ତି ସ୍ୱାକ୍ଷର କରିଥିଲେ।

୧୯୪୫ – ଭାରତ ଜାତିସଂଘରେ ଯୋଗଦାନ କଲା।

୧୯୫୬ – ଭାରତର ପ୍ରଥମ ପଞ୍ଚତାରକା ହୋଟେଲ ‘ଅଶୋକ’ ଖୋଲିଥିଲା।

୧୯୬୦ – ବ୍ରିଟେନରେ ପ୍ରଥମ ଥର ପାଇଁ ବୃକକ୍ ପ୍ରତିରୋପଣ ସଫଳତାର ସହ କରାଯାଇଥିଲା।

୧୯୬୩ – ଆଫ୍ରିକୀୟ ଦେଶ ମରକ୍କୋ ଏବଂ ଆଲଜେରିଆ ଏକ ଯୁଦ୍ଧବିରତି ଚୁକ୍ତି ସ୍ୱାକ୍ଷର କରିଥିଲେ।

୧୯୭୫ – ରାଜା ଜୁଆନ କାର୍ଲୋସ ସ୍ପେନରେ କ୍ଷମତା ଗ୍ରହଣ କଲେ।

୧୯୯୪ – ବାଲକାନ ଦେଶ ମାସିଡୋନିଆରେ ବାମପନ୍ଥୀ ମେଣ୍ଟ ସଂସଦୀୟ ନିର୍ବାଚନରେ ବିଜୟୀ ହେଲା।

୨୦୦୧ – ଲାଡେନଙ୍କ ସହ ସମ୍ପର୍କରେ ଥିବା ଅଭିଯୋଗରେ ପାକିସ୍ତାନ ୩ ଜଣ ପରମାଣୁ ବୈଜ୍ଞାନିକଙ୍କୁ ଆମେରିକାକୁ ହସ୍ତାନ୍ତର କଲା।

୨୦୦୩ – ବ୍ରିଟେନର ରାଜକୁମାର ଚାର୍ଲ୍ସ ଭାରତ ଗସ୍ତରେ ଆସିଥିଲେ।