ନୂଆଦିଲ୍ଲୀ, ୩୦/୧୦: ଖୁବଶୀଘ୍ର ଦେଶରେ ଲାଗୁ ହେବ ୱାନ୍ ନେସନ ୱାନ୍ ପୋଲିସ ୟୁନିଫର୍ମ ପଲିସି। ଦେଶରେ ଏଣିକି ସବୁ ରାଜ୍ୟର ପୋଲିସ ମାନଙ୍କର ଗୋଟିଏ ପ୍ରକାରର ୟୁନିଫର୍ମ ରହିବ। ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପୋଲିସ ୟୁନିଫର୍ମ ଆଉ ରହିବ ନାହିଁ।
ଏ ନେଇ ଓଡ଼ିଶା ସମେତ ୧୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ତଥ୍ୟ ମାଗିଲା ଗୃହ ମନ୍ତ୍ରାଳୟ। ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ଗୋଆ, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, କେରଳ, ମଣିପୁର, ମେଘାଳୟ, ନାଗାଲାଣ୍ଡ, ଓଡ଼ିଶା, ସିକ୍କିମ୍, ତେଲେଙ୍ଗାନା, ତ୍ରିପୁରା, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଚିଠି ଲେଖିଛି।
ଚିଠିରେ ନଭେମ୍ବର ୪ ମଧ୍ୟରେ ସମସ୍ତ ତଥ୍ୟ ଦାଖଲ ପାଇଁ ନିର୍ଦ୍ଦେଶ ରହିଛି। କେନ୍ଦ୍ରର ଚିଠି ପରେ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ତଥ୍ୟ ପାଇଁ ଡିଜିପି କଣ୍ଟ୍ରୋଲ୍ ରୁମ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।