ମା’ଶ୍ୟାମାକାଳୀ ପୂଜା କମିଟି ପକ୍ଷରୁ ‘ଆଖି ଅବୁଝାକୁ ଲୁହ ଅବୁଝା’ ନାଟକ ମଞ୍ଚସ୍ଥ

ଆଜି ‘ହା କୃଷ୍ଣ ବୋଲି ଯାଉ ଯିବ’

କେନ୍ଦ୍ରାପଡା,୩୧/୧୦:ମା’ ଶ୍ୟାମାକାଳୀ ପୂଜା କମିଟି ଟିକରପଙ୍ଗା ଓ ନାରାୟଣପୁର ପକ୍ଷରୁ ମା’ ପୂଜା ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଡ.ଦୁର୍ଗାପ୍ରସନ୍ନ ନାୟକ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ପୂଜା କମିଟି ପକ୍ଷରୁ ତିନି ଦିନ ଧରି ଦୁଇ ଗ୍ରାମର ଲୋକଙ୍କୁ ନେଇ ତିନିଟି ନାଟକ ମଞ୍ଚସ୍ତ ହେବାର କାର୍ଯ୍ୟକ୍ରମ ରହିଛି। ଉଦ୍‌ଘାଟନ ଉତ୍ସବରେ ଅତିଥି ଭାବେ ମହାକାଳପଡ଼ା ଚେୟାରମ୍ୟାନଙ୍କ ପ୍ରତିନିଧି କୁମରକାନ୍ତ ମହାନ୍ତି,ସାମ୍ବାଦିକ ସନ୍ଦୀପ ଚୌଧୁରୀ,ସରପଞ୍ଚ ବିଦ୍ୟାଧର ସ୍ବାଇଁ, ବିମଳ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ପୂଜା କମିଟିର ସଭାପତି ଅମୂଲ୍ୟ ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାକୁ ପୂଜା କମିଟିର ଉପଦେଷ୍ଟା ତଥା ସମାଜସେବୀ ଚିତ୍ତରଞ୍ଜନ ମହାନ୍ତି ପରିଚାଳନା କରିଥିଲେ। ପ୍ରଥମ ଦିବସରେ ଡ.ଦୀପକ ଜେନାଙ୍କ ରଚିତ ଉମାକାନ୍ତ ନାୟକଙ୍କ ନିର୍ଦ୍ଦେଶିତ ନାଟକ ‘ଆଖି ଅବୁଝାକୁ ଲୁହ ଅବୁଝା’ ମା‘ ବ୍ରଜସୁନା ଡ୍ରାମାଟିକ କ୍ଲବ ଟିକରପଙ୍ଗାର କଳାକାରଙ୍କ ଦ୍ବାରା ମଞ୍ଚସ୍ତ ହୋଇଥିଲା। ଏହା ଦର୍ଶକଙ୍କୁ ବିଭୋର କରିଥିଲା। ଦ୍ବିତୀୟ ଦିବସରେ ମଦନମୋହନ ଡ୍ରାମାଟିକ କ୍ଲବ ଟିକରପଙ୍ଗାର କଳାକାଳରଙ୍କ ପକ୍ଷରୁ ଦରିଆ କୁଳର ଦରଦୀ ବନ୍ଧୁ ନାଟକ ପରିବେଷଣ କରାଯାଇଥିଲା। ମା’ ଅନାମେଶ୍ବରୀ ଡ୍ରାମାଟିକ୍‌ କ୍ଲବ ନାରାୟଣପୁର ପକ୍ଷରୁ ‘ହା କୃଷ୍ଣ ବୋଲି ଯାଉ ଯିବ’ ନାଟକ ଆସନ୍ତା ୩୧ ତାରିଖରେ ମଞ୍ଚସ୍ଥ ହେବ ବୋଲି ପୂଜା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।