ଧରାପୃଷ୍ଠକୁ ଅବତରଣ କଲେ ମାଆ, ରାଜ୍ୟର ବିଭିନ୍ନ ସ୍ଥାନରେ ଜମୁଛି ପୂଜା

ବର୍ଷକ ପରେ ପୁଣିଥରେ ଧରାପୃଷ୍ଠରେ ଅବତରଣ କରିଛନ୍ତି ମା’ ଦୁର୍ଗା । ଝାରସୁଗୁଡା ସହରରେ ଶାରଦୀୟ ଦୁର୍ଗା ପୂଜାର ମାହୋଲ ଆରମ୍ଭ ହୋଇଯାଇଛି । ଦୁଇବର୍ଷ ପରେ ଝାରସୁଗୁଡା ସହରରେ ଧୁମ୍ଧାମରେ ପାଳିତ ହେଉଛି ମା’ଙ୍କ ପୂଜା ।

ଏଥିପାଇଁ ଝାରସୁଗୁଡା ସହରରେ ବିଭିନ୍ନ ରଙ୍ଗୀନ ତୋରଣମାନ ତିଆରି ହୋଇଯାଇଛି । ଗତ ଦୁଇବର୍ଷ ପରେ ସ୍ୱାଭାବିକ ଭାବରେ ଝାରସୁଗୁଡାରେ ଦୁର୍ଗାପୂଜା ପାଳିତ ହେଉଥିବା ବେଳେ ଦୁର୍ଗାପୂଜା କମିଟିର କର୍ମକର୍ତ୍ତାଠୁ ଆରମ୍ଭ କରି ଭକ୍ତମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି ।