ଜାକର୍ତ୍ତା, ୦୭/୧୧: ନମାଜ ସମୟରେ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାର ଏକ ସ୍କୁଲ କମ୍ପ୍ଲେକ୍ସ ଭିତରେ ଥିବା ଏକ ମସଜିଦରେ ଘଟିଛି ଭୟାବହ ବିସ୍ଫୋରଣ। ଯାହାଫଳରେ ପିଲା ଏବଂ ଶିକ୍ଷକଙ୍କ ସମେତ ଅତି କମରେ ୫୪ ଜଣ ଆହତ ହୋଇଛନ୍ତି। ଯଦିଓ ବିସ୍ଫୋରଣର କାରଣ ଜଣା ପଡ଼ିନାହିଁ।
ଉତ୍ତର ଜାକର୍ତ୍ତାର କେଲପା ଗାଡିଂ ଅଞ୍ଚଳରେ ଏକ ନୌସେନା ପରିସର ମଧ୍ୟରେ ଅବସ୍ଥିତ ମସଜିଦ ଭିତରେ ଅପରାହ୍ନ ପ୍ରାୟ ୧୨.୩୦ ସମୟରେ ବିସ୍ଫୋରଣ ଘଟିଥିଲା। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି। ଆହତମାନଙ୍କ ମଧ୍ୟରୁ ଅଧିକାଂଶ ଗୁରୁତର ଅଛନ୍ତି। ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ତଦନ୍ତ ଆରମ୍ଭ କରାଯାଇଛି।