ଗୋଟିଏ ସମୟରେ ୨ ପରୀକ୍ଷା

ପରୀକ୍ଷାର୍ଥୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି

ଭୁବନେଶ୍ଵର, ୦୮/୧୧: ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ପରୀକ୍ଷାକୁ ନେଇ ପୁଣି ଦ୍ବନ୍ଦ୍ବ ଦେଖାଦେଇଛି। ଆସନ୍ତା କାଲି ଗୋଟିଏ ଦିନରେ ଗୋଟିଏ ସମୟରେ ୨ଟି ପରୀକ୍ଷା ଅଛି। ଯାହାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଦ୍ୱନ୍ଦ ଦେଖାଦେଇଛି।

OPSC ପକ୍ଷରୁ ଆସନ୍ତାକାଲି ରହିଛି ASO ଲିଖିତ ପରୀକ୍ଷା। ଦିନ ୯ଟା, ୧୧ଟା ୩୦ ଓ ୨ଟା ୩୦ରେ ୩ଟି ସିଟିଂରେ ପରୀକ୍ଷା ଅଛି। ଅନ୍ୟପକ୍ଷରେ OSSSC ପକ୍ଷରୁ ଜାରି ହୋଇଛି RI, ICDS, ARI ପରୀକ୍ଷା ଅଛି। କାଲି ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ରହିଛି OSSSC ପରିଚାଳିତ ପରୀକ୍ଷା।

ଆସନ୍ତା କାଲି ସମାନ ସମୟ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ରହିଛି ASO ପେପର-୧ ପରୀକ୍ଷା ରହିଛି। ଜଣେ ପରୀକ୍ଷାର୍ଥୀ ୨ଟି ପରୀକ୍ଷା ପାଇଁ ଆବେଦନ କରିଥିଲେ କିପରି ପରୀକ୍ଷା ଦେବେ ତାକୁ ନେଇ ଅନିଶ୍ଚିତତା ଦେଖା ଦେଇଛି। OSSSC ଓ OPSC ମଧ୍ୟରେ ସମନ୍ବୟକୁ ନେଇ ସନ୍ଦେହରେ ପରୀକ୍ଷାର୍ଥୀ।