ଐତିହାସିକ ବାଲିଯାତ୍ରା ୨୦୨୫ ନୃତ୍ୟଶାଳା

କଟକ ଶିଳ୍ପୀଙ୍କ ଓଡ଼ିଶୀ ନୃତ୍ୟରେ ଦର୍ଶକ ଆତ୍ମବିଭୋର

କଟକ, ୧୧/୧୧: ଐତିହାସିକ କଟକ ବାଲିଯାତ୍ରା ସାଂସ୍କୃତିକ ମଞ୍ଚରେ ଓଡ଼ିଶାର ସୁଖ୍ୟାତ ଅର୍ଜନ କରିଥିବା “ନୃତ୍ୟଶାଳା”ସଂସ୍କୃତି କେନ୍ଦ୍ର କଟକର ପ୍ରତିଷ୍ଠାତା ଅଧକ୍ଷ ଆନ୍ତର୍ଜାତୀୟ ଓଡିଶୀ ନୃତ୍ୟଶିଳ୍ପୀ ତଥା ଓଡ଼ିଆ ଭାଷା ସାହିତ୍ୟ ବିଭାଗର ବରିଷ୍ଠ ଅଧ୍ୟାପକ ଡ଼କ୍ଟର ଚିତ୍ତରଞ୍ଜନ ସାହାଣୀଙ୍କ ସହ ନୃତ୍ୟଶାଳାର ବରିଷ୍ଠ ନୃତ୍ୟଶିଳ୍ପୀ ମୋନାଲ ମନିଷ୍କା ସାହୁ, ଦେବୀପ୍ରିୟା ଆଞ୍ଚଲ ସାମଲ, ଶ୍ରେୟାଶ୍ରୀ ପ୍ରଧାନ, ଯଶସ୍ୱିନୀ ସ୍ୱାଇଁ, ରୋଜାଲିନ ପାତ୍ର, ଦିବ୍ୟାଶା ପଟ୍ଟନାୟକ, ଶ୍ରୀୟା ମିଶ୍ର, କୀର୍ତ୍ତିକା ମହାନ୍ତି, ଆଦ୍ୟାଶା ବସନ୍ତରାୟଙ୍କ ଓଡିଶୀ ନୃତ୍ୟରେ ଶିବପଞ୍ଚାକ୍ଷର ଓ ଗୀତଗୋବିନ୍ଦ ନୃତ୍ୟରେ ଆଧ୍ୟାତ୍ମିକତା ସାହସ୍ରାଧିକ ଦର୍ଶକଙ୍କୁ ଭାବାଭିଭୂତ କରିଥିଲା . ଉପଜିଲ୍ଲାପାଳ ପ୍ରଣୟ କୁମାର ବେହେରା ନୃତ୍ୟଶିଳ୍ପୀ ଡ଼କ୍ଟର ଚିତ୍ତରଞ୍ଜନଙ୍କ ସହ ସମସ୍ତ ନୃତ୍ୟ ଶିଳ୍ପୀଙ୍କୁ ପୁଷ୍ପଗୁଚ୍ଛ,ଉତ୍ତରୀୟ ମାନପତ୍ର ଓ ଐତିହାସିକ ବାଲିଯାତ୍ରା କଟକର ସ୍ମୃତିଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି।