କଟକ, ୧୩/୧୧: କଟକ ଐତିହାସିକ ବାଲିଯାତ୍ରାରେ ଶ୍ରୀକୃଷ୍ଣଙ୍କ ଗାଥାରେ ସାହସ୍ରାଧିକ ଦର୍ଶକ ମନ୍ତ୍ରମୁଗ୍ଧ ହୋଇଛନ୍ତି। କଟକସ୍ଥିଚ ସଂଗୀତା କଥକ ନୃତ୍ୟକେନ୍ଦ୍ରର ପ୍ରତିଷ୍ଠାତା ନିର୍ଦ୍ଦେଶିକା ଶ୍ରୀମତୀ ସଂଗୀତା ସାହୁଙ୍କ ନିର୍ଦେଶନାରେ ନୃତ୍ୟଶିଳ୍ପୀ ମୋନାଲ ମନିଷ୍କା ସାହୁ, ଦେବୀପ୍ରିୟା ଆଞ୍ଚଲ ସାମଲ, ଶ୍ରେୟାଶ୍ରୀ ପ୍ରଧାନ, ଯଶସ୍ୱିନୀ ସ୍ୱାଇଁ, ରୋଜାଲିନ ପାତ୍ର, ଦିବ୍ୟାଶା ପଟ୍ଟନାୟକ, ଶ୍ରୀୟା ମିଶ୍ର, କୀର୍ତ୍ତିକା ମହାନ୍ତି, ଆଦ୍ୟାଶା ବସନ୍ତରାୟଙ୍କୁ ଉପଜିଲ୍ଲାପାଳ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଡ଼କ୍ଟର ଦିବ୍ୟ ଲୋଚନ ମହାନ୍ତ ନୃତ୍ୟ ଶିଳ୍ପୀଙ୍କୁ ପୁଷ୍ପଗୁଚ୍ଛ ମାନପତ୍ର ଓ ବାଲିଯାତ୍ରାର ସ୍ମୃତିଚିତ୍ର ଦେଇ ସମ୍ଭର୍ଦ୍ଧିତ କରିଛନ୍ତି। ଏଠାରେ ସୂଚିତ କରାଯାଇପାରେ ଯେ
ଓଡିଶାରେ ସର୍ବପ୍ରଥମ ଓ ଏକମାତ୍ର କଥକ ନୃତ୍ୟ ଶିକ୍ଷ୍ୟାନୁଷ୍ଠାନରେ ଶତାଧିକ ନୃତ୍ୟଶିଳ୍ପୀ କଥକ ନୃତ୍ୟର ପ୍ରଚାର ପ୍ରସାର କରିଆସୁଛନ୍ତି।