ଆଜି ଜାତୀୟ ପ୍ରେସ ଦିବସ: ଜାଣନ୍ତୁ ଏହାର ଇତିହାସ

ପଢନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’

ଆଜିର ତାରିଖ ୧୬ ନଭେମ୍ବର ୨୦୨୫

ଜାତୀୟ ପ୍ରେସ୍ ଦିବସ: ଆଜି ହେଉଛି ଜାତୀୟ ପ୍ରେସ ଦିବସ। ପ୍ରତି ବର୍ଷ ନଭେମ୍ବର ୧୬ରେ ପାଳନ କରାଯାଇଥାଏ ଜାତୀୟ ପ୍ରେସ ଦିବସ। ୧୯୫୬ ମସିହାରେ ପ୍ରଥମ ପ୍ରେସ କମିଶନ ଭାରତରେ ଗଣମାଧ୍ୟମର ସ୍ବାଧିନତା ପାଇଁ ପ୍ରେସ କାଉନସିଲ ଅଫ ଇଣ୍ଡିଆ ଗଠନ କରିବାକୁ ଯୋଜନା ହୋଇଥିଲା। ଭାରତରେ ୪ ଜୁଲାଇ ୧୯୬୬ରେ ପ୍ରେସ କାଉନସିଲ ଗଠନ ହୋଇଥିଲା ଏବଂ ୧୯୬୬ ମସିହା ନଭେମ୍ବର ୧୬ରେ ଏହା କାର୍ଯ୍ୟକାରୀ ହେଲା। ତେଣୁ ନଭେମ୍ବର ୧୬କୁ ପ୍ରତି ବର୍ଷ ଜାତୀୟ ପ୍ରେସ ଦିବସ ଭାବରେ ପାଳନ କରାଯାଏ। ଖବର ଗୁଣବତ୍ତା ବଜାୟ ରଖିବା ଉଦ୍ଦେଶ୍ୟରେ ଏବଂ ଏକ ମୁକ୍ତ ଓ ଦାୟିତ୍ୱପୂର୍ଣ୍ଣ ପ୍ରେସ୍ ର ଭୂମିକାକୁ ସ୍ୱୀକୃତି ଦେବା ପାଇଁ ପାଳନ କରାଯାଏ।

 

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ଶମ୍ଭୁ ମହାରାଜ (୧୬ ନଭେମ୍ବର ୧୯୦୭ – ୪ ନଭେମ୍ବର ୧୯୭୦), ଭାରତୀୟ ଶାସ୍ତ୍ରୀୟ ନୃତ୍ୟ କଥକର ଜଣେ ପ୍ରସିଦ୍ଧ ଗୁରୁ ଏବଂ ନୃତ୍ୟଶିଳ୍ପୀ ଥିଲେ। ସେ ଲକ୍ଷ୍ନୌ ଘରାନାର ଥିଲେ। ତାଙ୍କର ପ୍ରକୃତ ନାମ ଥିଲା ‘ଶମ୍ଭୁନାଥ ମିଶ୍ର’।

୨. ମିହିର ସେନ୍ (୧୬ ନଭେମ୍ବର ୧୯୩୦ – ୧୧ ଜୁନ୍ ୧୯୯୭), ଜଣେ ଭାରତୀୟ ଦୂରଗାମୀ ପହଁରି ଥିଲେ। ସେ ୧୯୬୬ ମସିହାରେ ପାନାମା କେନାଲର ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱ ପର୍ଯ୍ୟନ୍ତ ୭୭ କିଲୋମିଟର ପହଁରିଥିଲେ। ମିହିର ସେନ୍ ୧୯୫୮ ମସିହାରେ ଇଂରାଜୀ ଚ୍ୟାନେଲ ପାର ହୋଇଥିବା କେବଳ ପ୍ରଥମ ଭାରତୀୟ ନଥିଲେ ବରଂ ପ୍ରଥମ ଏସୀୟ ମଧ୍ୟ ଥିଲେ। ତାଙ୍କୁ ୧୯୫୯ ମସିହାରେ ‘ପଦ୍ମଶ୍ରୀ’ ପ୍ରଦାନ କରାଯାଇଥିଲା ଏବଂ ୧୯୬୭ ମସିହାରେ ‘ପଦ୍ମ ଭୂଷଣ’ରେ ସମ୍ମାନିତ କରାଯାଇଥିଲା।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. କରତାର ସିଂହ ସରାଭା (୨୪ ମଇ ୧୮୯୬ – ୧୬ ନଭେମ୍ବର ୧୯୧୫), ଭାରତର ଜଣେ ପ୍ରସିଦ୍ଧ ବିପ୍ଳବୀ ଥିଲେ। ତାଙ୍କର ସାହସ, ତ୍ୟାଗ ଏବଂ ବଳିଦାନ ପାଇଁ ତାଙ୍କୁ ସର୍ବଦା ମନେ ରଖାଯିବ।

 

ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-

୧୯୦୮ – ଜେନେରାଲ ମୋଟର୍ସ କର୍ପୋରେସନ ପ୍ରତିଷ୍ଠିତ ହୋଇଥିଲା।

୧୯୪୭ – ଟୋକିଓର ସାଇତାମାରେ କ୍ୟାଥଲିନ୍ ଘୂର୍ଣ୍ଣିଝଡରେ ୧୯୩୦ ଜଣଙ୍କର ମୃତ୍ୟୁ କରିଥିଲା।

୧୯୬୫ – ୱାଲ୍ଟ ଡିଜନି ୱାର୍ଲ୍ଡ ବିଷୟରେ ପ୍ରଥମ ସାର୍ବଜନୀନ ଘୋଷଣା ହୋଇଥିଲା।

୧୯୭୩ – ସ୍କାଏଲ୍ୟାବ୍-୪ ପୃଥିବୀ କକ୍ଷପଥରେ ଉତକ୍ଷେପଣ କରାଯାଇଥିଲା।

୧୯୭୫ – କେପ୍ ଭର୍ଦେ, ମୋଜାମ୍ବିକ, ସୋ ଟୋମେ ଏବଂ ପ୍ରିନ୍ସିପେ ଜାତିସଂଘରେ ଯୋଗଦେଲେ।

୧୯୭୫ – ପାପୁଆ ନ୍ୟୁଗିନି ଅଷ୍ଟ୍ରେଲିଆଠାରୁ ସ୍ୱାଧୀନତା ଲାଭ କଲା।

୧୯୮୨ – ଆମେରିକାର ପଞ୍ଚମ ମହାକାଶଯାନ, କଲମ୍ବିଆ-୫, ଏଡୱାର୍ଡସ ସାମରିକ ଘାଟିରେ ଅବତରଣ କଲା।

୧୯୯୫ – ଭାରତୀୟ ବଂଶୋଦ୍ଭବ ବାସୁଦେବ ପାଣ୍ଡେ ତ୍ରିନିଦାଦ ଏବଂ ଟୋବାଗୋର ପ୍ରଧାନମନ୍ତ୍ରୀ ହୋଇଥିଲେ।

୧୯୯୭ – ଚୀନର ଗଣତନ୍ତ୍ର ସମର୍ଥକ ନେତା ଜିଙ୍ଗ ଶେଙ୍ଗଙ୍କୁ ୧୮ ବର୍ଷ ପରେ ମୁକ୍ତ କରାଯାଇଥିଲା।