ପାଲଘର, ୧୬/୧୧: ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଘରୋଇ ସ୍କୁଲର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ସ୍କୁଲରେ ବିଳମ୍ବରେ ପହଞ୍ଚିବା ପାଇଁ ଦଣ୍ଡ ସ୍ୱରୂପ ୧୦୦ ଥର ଉଠବସ କରିବା ପାଇଁ ବାଧ୍ୟ କରା ଯାଇଥିଲା। ଯାହା ଫଳରେ ସେ ଅସୁସ୍ଥ ହୋଇ ଯାଇଥିଲେ ଏବଂ ଗୋଟିଏ ସପ୍ତାହ ପରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି
ଶୁକ୍ରବାର ରାତିରେ ଭାସାଇର ସତୀଭାଲିର ଏକ ସ୍କୁଲର ଛାତ୍ରୀଙ୍କର ମୁମ୍ବାଇର ଏକ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା। ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍)ର ସଦସ୍ୟମାନେ ଅଭିଯୋଗ କରିଛନ୍ତି ଯେ ନଭେମ୍ବର ୮ ତାରିଖରେ ସ୍କୁଲରେ ବିଳମ୍ବରେ ପହଞ୍ଚିଥିବାରୁ ଉକ୍ତ ଛାତ୍ରୀଙ୍କ ସହ ଅନ୍ୟ ଚାରି ଜଣ ଛାତ୍ରୀଙ୍କୁ ମଧ୍ୟ ୧୦୦ ଥର ଉଠବସ କରିବାକୁ ବାଧ୍ୟ କରାଯାଇଥିଲା।
ଛାତ୍ରୀଙ୍କ ମାଆ ଦାବି କରିଛନ୍ତି ଯେ ତାଙ୍କ ଝିଅର ମୃତ୍ୟୁ “ଅମାନବୀୟ ଦଣ୍ଡ” ଯୋଗୁଁ ହୋଇଛି। ଶିକ୍ଷକ ତାଙ୍କୁ ସ୍କୁଲ ବ୍ୟାଗକୁ ପିଠିରେ କାନ୍ଧେଇ ଉଠବସ ହେବା ପାଇଁ ବାଧ୍ୟ କରିଥିଲେ। ଯାହା ଫଳରେ ତାଙ୍କ ଝିଅର ବେକ ଏବଂ ପିଠିରେ ବହୁତ ଯନ୍ତ୍ରଣା ହୋଇଥିଲା ଏବଂ ସେ ଉଠି ପାରିନଥିଲେ।