ଶେଖ୍ ହସିନାଙ୍କ ପ୍ରତ୍ୟର୍ପଣ ଦାବି କଲା ବାଂଲାଦେଶ

ପ୍ରତିକ୍ରିୟା ରଖିଲା ଭାରତ

ନୂଆଦିଲ୍ଲୀ, ୧୭/୧୧: ସୋମବାର ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ଇଣ୍ଟରନ୍ୟାସନାଲ କ୍ରାଇମ୍ ଟ୍ରିବ୍ୟୁନାଲ ଫାଶୀ ଦଣ୍ଡାଦେଶ ଶୁଣାଇବା ପରେ ତାଙ୍କ ପ୍ରତ୍ୟର୍ପଣ ଦାବି କରିଛି ବାଂଲାଦେଶ। ତୁରନ୍ତ ପ୍ରତ୍ୟର୍ପଣ କରିବାକୁ ଭାରତକୁ ଆନୁଷ୍ଠାନିକ ଭାବରେ ଅନୁରୋଧ କରି କହିଛି ଯେ ଦ୍ୱିପାକ୍ଷିକ ପ୍ରତ୍ୟର୍ପଣ ଚୁକ୍ତିନାମା ଅନୁଯାୟୀ ନୂଆଦିଲ୍ଲୀ ଏହା କରିବାକୁ ବାଧ୍ୟ।

ଗତ ବର୍ଷ ଦେଶବ୍ୟାପୀ ଛାତ୍ର ବିଦ୍ରୋହ ଉପରେ ହିଂସାତ୍ମକ କାର୍ଯ୍ୟାନୁଷ୍ଠାନରେ ହାସିନାଙ୍କ ଭୂମିକା ପାଇଁ ଆନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ (ICT) ତାଙ୍କୁ ମୃତ୍ୟୁଦଣ୍ଡ ଦେଇଛି।

ଦେଶ ଅଶାନ୍ତ ଥିବା ସମୟରେ ହସିନା ଦେଶ ଛାଡି ପଳାଇ ଯାଇଥିଲେ ଏବଂ ସେବେଠାରୁ ଭାରତରେ ରହୁଛନ୍ତି। ଏକ ପ୍ରେସ୍ ବିବୃତ୍ତିରେ, ବାଂଲାଦେଶର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ରାୟରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଜୁଲାଇ ହତ୍ୟାକାଣ୍ଡରେ “ମାନବିକତା ବିରୋଧୀ ଅପରାଧରେ ଦୋଷୀ” ବୋଲି ପ୍ରମାଣିତ କରାଯାଇଛି। ତାଙ୍କୁ ଆଶ୍ରୟ ଦେଉଥିବା ଯେକୌଣସି ଦେଶ ପ୍ରତ୍ୟର୍ପଣ ନ କଲେ ନ୍ୟାୟ ପ୍ରତି ଅବମାନନା କରିବ। ଭାରତ ସରକାର ତୁରନ୍ତ ଦୁଇ ଦୋଷୀ ବ୍ୟକ୍ତି ଶେଖ୍ ହସିନାଙ୍କୁ ବାଂଲାଦେଶ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବା ଉଚିତ ବୋଲି କହିଛି।

ଭାରତର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ, ଏକ ନିକଟତମ ପଡ଼ୋଶୀ ଭାବରେ, ବାଂଲାଦେଶର ଲୋକଙ୍କ ସର୍ବୋତ୍ତମ ସ୍ୱାର୍ଥ ଯେପରିକି ଶାନ୍ତି, ଗଣତନ୍ତ୍ର ଓ ସ୍ଥିରତା ପ୍ରତି ଭାରତ ପ୍ରତିବଦ୍ଧ। ଆମେ ସର୍ବଦା ଏଥିପାଇଁ ଗଠନମୂଳକ ଭାବରେ କାର୍ଯ୍ୟ କରିବୁ।