ବଡ଼ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ହିଡମା ନିପାତ

ଆନ୍ଧ୍ର ପ୍ରଦେଶରେ ସୁରକ୍ଷାକର୍ମୀଙ୍କ ବଡ଼ଧରଣର ଏନ୍‌କାଉଣ୍ଟର

ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ

ଆନ୍ଧ୍ରପ୍ରଦେଶ, ୧୮/୧୧: ସୁରକ୍ଷା ବାହିନୀ ଏବଂ ସାଧାରଣ ଲୋକଙ୍କ ଉପରେ ଅତି କମରେ ୨୬ଟି ସଶସ୍ତ୍ର ଆକ୍ରମଣର ନେତୃତ୍ୱ ନେଇଥିବା କୁଖ୍ୟାତ ମାଓ ନେତା ମାଡଭି ହିଡମାକୁ ଏନକାଉଣ୍ଟର। ଆନ୍ଧ୍ର ପ୍ରଦେଶର ଆଲୁରି ସୀତାରାମରାଜୁ ଜିଲ୍ଲାରେ ଏକ ଏନକାଉଣ୍ଟରରେ ନିପାତ କରାଯାଇଛି।

ଏହି ଏନକାଉଣ୍ଟର ଆନ୍ଧ୍ର ପ୍ରଦେଶ, ଛତିଶଗଡ଼ ଏବଂ ତେଲେଙ୍ଗାନା ରାଜ୍ୟ ନିକଟ ଆଲୁରି ସୀତାରାମ ରାଜୁ ଜିଲ୍ଲା ମେରେଡୁମୁଲିରେ ଗୁଳି ବିନିମୟ ହୋଇଥିଲା। ଏଠାରେ ଅନେକ ମାଓ ଆଡ୍ଡା ରହିଛି। ଏହି ଏନକାଉଣ୍ଟରରେ ଅତି କମରେ ଛଅ ଜଣ ମାଓବାଦୀଙ୍କ ମୃତଦେହ ଠାବ କରାଯାଇଛି ଏବଂ ଅପରେସନ୍ ଏବେ ବି ଜାରି ରହିଛି।

୧୯୮୧ ମସିହାରେ ମଧ୍ୟପ୍ରଦେଶର ସୁକମାରେ ଜନ୍ମଗ୍ରହଣ କରିଥିବା ହିଡମା ପିପୁଲ୍ସ ଲିବରେସନ ଗରିଲା ଆର୍ମିର ଏକ ବାଟାଲିୟନର ନେତୃତ୍ୱ ନେଇଥିଲା ଏବଂ ସିପିଆଇ ମାଓବାଦୀଙ୍କ କେନ୍ଦ୍ରୀୟ କମିଟିର ସବୁଠାରୁ କନିଷ୍ଠ ସଦସ୍ୟ ହୋଇଥିଲା। ସେ କେନ୍ଦ୍ରୀୟ କମିଟିରେ ବସ୍ତର ଅଞ୍ଚଳର ଏକମାତ୍ର ଆଦିବାସୀ ସଦସ୍ୟ ଥିଲା। ହିଡମା ଉପରେ ୫୦ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ତା ପତ୍ନୀ ରାଜେ ଓରଫ ରାଜାକ୍କା ମଧ୍ୟ ଏନକାଉଣ୍ଟରରେ ନିହତ ହୋଇଥିବା ଜଣାପଡିଛି।

ହିଡମା ଅନେକ ବଡ଼ ମାଓ ଆକ୍ରମଣରେ ଜଡ଼ିତ ଥିଲା। ଏଥିରେ ୨୦୧୦ ମସିହାରେ ଦାନ୍ତେୱାଡାରେ ହୋଇଥିବା ଆକ୍ରମଣ ଯେଉଁଥିରେ ୭୬ ଜଣ CRPF ଯବାନ ପ୍ରାଣ ହରାଇଥିଲେ ଏବଂ ୨୦୧୩ ମସିହାରେ ଝିରମ ଘାଟିରେ ହୋଇଥିବା ଆମ୍ବୁସ୍ ଯେଉଁଥିରେ ୨୭ ଜଣ କଂଗ୍ରେସ ନେତାଙ୍କ ସମେତ ପ୍ରାଣ ହରାଇଥିଲେ। ୨୦୨୧ ମସିହାରେ ସୁକମା-ବିଜାପୁରରେ ହୋଇଥିବା ଆମ୍ବୁସ୍ ଯେଉଁଥିରେ ୨୨ ଜଣ ସୁରକ୍ଷା କର୍ମୀ ପ୍ରାଣ ହରାଇଥିଲେ। ଏସବୁ ଆକ୍ରମଣ ପାଇଁ ଦାୟୀ ଥିଲା ହିଡମା।