ସ୍ମୃତିରେ ‘କୋରାପୁଟର ଗାନ୍ଧୀ’, ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

ତାଙ୍କ ବିଷୟରେ ଜାଣନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ରେ

ଆଜିର ତାରିଖ ୨୨ ନଭେମ୍ବର ୨୦୨୫

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ଝଲକାରୀ ବାଈ (୨୨ ନଭେମ୍ବର ୧୮୩୦ – ୧୮୯୦), ଝାନ୍ସୀର ରାଣୀ ଲକ୍ଷ୍ମୀବାଇଙ୍କ ସେନାରେ ମହିଳା ଶାଖା ‘ଦୁର୍ଗା ଦଳ’ର ସେନାପତି ଥିଲେ। ସେ ପ୍ରଥମ ସ୍ୱାଧୀନତା ଯୁଦ୍ଧରେ ଝାନ୍ସୀର ରାଣୀଙ୍କ ସହିତ ବ୍ରିଟିଶ ସେନା ବିରୁଦ୍ଧରେ ସାହସର ସହିତ ଲଢ଼ିବା ସମୟରେ ବ୍ରିଟିଶ ସେନାର ଅନେକ ଆକ୍ରମଣକୁ ବିଫଳ କରିଥିଲେ। ଝଲକାରୀ ବାଈଙ୍କ କାହାଣୀ ଏବେ ବି ବୁନ୍ଦେଲଖଣ୍ଡର ଲୋକକଥା ଏବଂ ଲୋକଗୀତରେ ଶୁଣିବାକୁ ମିଳେ।

୨. ୱାଲଚାନ୍ଦ ହୀରାଚାନ୍ଦ (୨୨ ନଭେମ୍ବର ୧୮୮୨ – ୮ ଏପ୍ରିଲ ୧୯୫୩), ଭାରତର ଜଣେ ପ୍ରସିଦ୍ଧ ଶିଳ୍ପପତି ଥିଲେ। ଶିଳ୍ପ ସ୍ତରରେ ଦେଶକୁ ଉନ୍ନତ କରିବାରେ ଏବଂ ବିଦେଶୀଙ୍କ ସାମ୍ନା କରିବାରେ ସେ ଅଗ୍ରଣୀ ଥିଲେ। ୱାଲଚାନ୍ଦ ହୀରାଚାନ୍ଦ ଜାହାଜ ନିର୍ମାଣ ପାଇଁ ବିଶାଖାପାଟଣାରେ ଏକ କାରଖାନା ପ୍ରତିଷ୍ଠା କରିଥିଲେ।

୩. ଲକ୍ଷ୍ମଣ ନାୟକ (୨୨ ନଭେମ୍ବର ୧୮୯୯ – ୨୯ ମାର୍ଚ୍ଚ ୧୯୪୩), ସହୀଦ ଲକ୍ଷ୍ମଣ ନାୟକ ୨୨ ନଭେମ୍ବର ୧୮୯୯ ମସିହାରେ କୋରାପୁଟ ଜିଲ୍ଲାର ତେନ୍ତୁଲିଗୁମ୍ମା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ଥିଲେ ଓଡ଼ିଶାର ଜଣେ ଅଗ୍ରଣି ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ। ତେନ୍ତୁଲିଗୁମ୍ମା ଆଦିବାସୀଙ୍କ ଇଲାକା ହୋଇଥିବାରୁ ଆଦିବାସୀ ପାଇଁ ସେ ମାଲକାନାଗିରି ଅବା ଅବିଭକ୍ତ କୋରାପୁଟ ଜିଲ୍ଲାର ଗାନ୍ଧି ଭାବେ ପ୍ରସିଦ୍ଧ ଥିଲେ। ସେ ରହୁଥିବା ନିକଟରେ କୌଣସି ବିଦ୍ୟାଳୟ ନ ଥିବାରୁ କୋଲାବ ନଦୀ କୁଳର ବାଲିପଠାକୁ ସିଲଟ ଭାବରେ ବ୍ୟବହାର କରି ପିତା ପଦଲାମ ନାୟକଙ୍କଠାରୁ ଅକ୍ଷର ଶିକ୍ଷା କରିଥିଲେ ସହୀଦ ଲକ୍ଷ୍ମଣ ନାୟକ। ଲକ୍ଷ୍ମଣ ନାୟକ ଉଭୟ ଓଡ଼ିଆ, ଦେଶିଆ ଓ ପରଜା ଭାଷା କହିପାରୁଥିଲେ। ୧୯୩୦ ମସିହାରେ ପିତା ପଦଲାମ ନାୟକଙ୍କ ବୟସାଧିକ୍ୟ କାରଣରୁ ଅବସର ନେବାପରେ ଲକ୍ଷ୍ମଣ ନାୟକଙ୍କୁ ଜୟପୁର ରାଜାଙ୍କ ନିକଟେରେ ମୁସ୍ତାଦାର୍ ଭାବରେ ନିୟୁକ୍ତି କରାଯାଇଥିଲା। ଏହାପରେ ସେ ଲକ୍ଷ୍ମଣ ଭୁମିୟାରୁ ଲକ୍ଷ୍ମଣ ନାୟକ ଭାବରେ ପରିଚିତ ହୋଇଥିଲେ। ୨୯ ମାର୍ଚ୍ଚ ୧୯୪୩ ମସିହାରେ ତାଙ୍କର ତିରୋଧାନ ଘଟିଥିଲା।

୪. ଶାନ୍ତି ଘୋଷ (୨୨ ନଭେମ୍ବର ୧୯୧୬ – ୧୯୮୯), ଜଣେ ଭାରତୀୟ ଜାତୀୟତାବାଦୀ ଯିଏ ୧୬ ବର୍ଷ ବୟସରେ ସୁନିତି ଚୌଧୁରୀଙ୍କ ସହ ମିଶି ଜଣେ ବ୍ରିଟିଶ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ହତ୍ୟା କରିଥିଲେ। ସେ ଏକ ସଶସ୍ତ୍ର ବିପ୍ଳବୀ ସଂଗ୍ରାମରେ ଅଂଶଗ୍ରହଣ କରିଥିଲେ।

୫. ମୁଲାୟମ ସିଂହ ଯାଦବ (୨୨ ନଭେମ୍ବର ୧୯୩୯), ଜଣେ ପ୍ରସିଦ୍ଧ ରାଜନେତା ଏବଂ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ। ସେ ଜଣେ କୃଷକ ନେତା ଏବଂ ଲୋକଙ୍କ ମଧ୍ୟରେ ‘ନେତାଜୀ’ ଏବଂ ‘ଧର୍ତିପୁତ୍ର’ ଭାବରେ ଜଣାଶୁଣା । ମୁଲାୟମ ସିଂହ ୧୯୮୯ ରୁ ୧୯୯୧, ୧୯୯୩ ରୁ ୧୯୯୫ ଏବଂ ୨୦୦୩ ରୁ ୨୦୦୭ ପର୍ଯ୍ୟନ୍ତ ତିନିଥର ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି। ସେ କେନ୍ଦ୍ର ସରକାରରେ ଥରେ ପ୍ରତିରକ୍ଷା ମନ୍ତ୍ରୀ ପଦ ମଧ୍ୟ ଅଳଙ୍କାର କରିଛନ୍ତି। ସେ ଭାରତର ‘ସମାଜବାଦୀ ପାର୍ଟି’ର ପୂର୍ବତନ ସଭାପତି।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ରାମ ନରେଶ ଯାଦବ (୧ ଜୁଲାଇ ୧୯୨୮ – ୨୨ ନଭେମ୍ବର ୨୦୧୬), ଜଣେ ରାଜନେତା। ସେ ଜଣେ ଶିକ୍ଷକ ଏବଂ ଜଣେ ଓକିଲ ଭାବରେ ମଧ୍ୟ ପ୍ରତିଷ୍ଠିତ। ସେ ରାଜନାରାୟଣଙ୍କ ଚିନ୍ତାଧାରାରେ ପ୍ରଭାବିତ ହୋଇ ‘ଜନତା ପାର୍ଟି’ରେ ଯୋଗ ଦେଇଥିଲେ। ୧୯୭୭ ମସିହାରେ, ସେ ଆଜମଗଡ଼ ଲୋକସଭା ଆସନରୁ ବିଜୟୀ ହୋଇ ଷଷ୍ଠ ଲୋକସଭାର ସଦସ୍ୟ ହୋଇଥିଲେ। ସେ ୨୩ ଜୁନ ୧୯୭୭ ରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ୧୫ ଫେବୃଆରୀ ୧୯୭୯ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ। ପରେ ସେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ ଏବଂ ସଂଗଠନରେ ବିଭିନ୍ନ ପଦବୀ ମଧ୍ୟ ଗ୍ରହଣ କରିଥିଲେ।

୨. ବିବେକୀ ରାୟ (୧୯ ନଭେମ୍ବର ୧୯୨୪ – ୨୨ ନଭେମ୍ବର ୨୦୧୬), ହିନ୍ଦୀ ଏବଂ ଭୋଜପୁରୀ ଭାଷାର ଜଣେ ପ୍ରସିଦ୍ଧ ସାହିତ୍ୟିକ। ସେ ଗ୍ରାମୀଣ ଭାରତର ପ୍ରତିନିଧି ସ୍ରଷ୍ଟା ଥିଲେ। ବିବେକ ରାୟ ୫୦ ରୁ ଅଧିକ ପୁସ୍ତକ ରଚନା କରିଛନ୍ତି।

 

ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମ ଉପରେ:-

୧୯୫୦ – ଆମେରିକାର ରିଚମଣ୍ଡ ହିଲ୍ସରେ ଏକ ରେଳ ଦୁର୍ଘଟଣାରେ ୭୯ ଜଣଙ୍କର ମୃତ୍ୟୁ ହୋଇଥିଲା।

୧୯୬୩ – ଡଲାସ୍ (ଟେକ୍ସାସ)ରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜନ୍ ଏଫ୍ କେନେଡିଙ୍କ ହତ୍ୟା କରାଯାଇଥିଲା।

୧୯୬୭ – ଜାତିସଂଘ ଇସ୍ରାଏଲକୁ ଭୂମି ଫେରାଇବା ପାଇଁ ୨୪୨ତମ ପ୍ରସ୍ତାବ ଗୃହୀତ କଲା।

୧୯୬୮ – ମାଡ୍ରାସ ରାଜ୍ୟର ନାମ ପରିବର୍ତ୍ତନ କରି ତାମିଲନାଡୁ କରିବା ପ୍ରସ୍ତାବ ଲୋକସଭାରେ ମଞ୍ଜୁର ହୋଇଥିଲା।

୧୯୭୧ – ଭାରତ ଏବଂ ପାକିସ୍ତାନ ପରସ୍ପରର ବିମାନ ସୀମା ଉଲ୍ଲଂଘନ କଲେ ଏବଂ ଦୁଇ ଦେଶ ମଧ୍ୟରେ ବିମାନ ସଂଘର୍ଷ ଆରମ୍ଭ ହେଲା।

୧୯୭୫ – ଆଜିର ଦିନରେ ଜୁଆନ୍ କାର୍ଲୋସ୍ ସ୍ପେନର ରାଜା ହୋଇଥିଲେ।

୧୯୯୦ – ବ୍ରିଟିଶ ପ୍ରଧାନମନ୍ତ୍ରୀ ମାର୍ଗାରେଟ ଥାଚର ଇସ୍ତଫା ଘୋଷଣା କରିଥିଲେ।

୧୯୯୭ – ଭାରତର ଡାଏନା ହେଡେନ୍ ବିଶ୍ୱ ସୁନ୍ଦରୀ ହୋଇଥିଲେ।

୧୯୯୮ – ବିବାଦୀୟ ବାଂଲାଦେଶୀ ଲେଖିକା ତସଲିମା ନସରିନ ଢାକା କୋର୍ଟରେ ଆତ୍ମସମର୍ପଣ କରିଥିଲେ।

୨୦୦୦ – ପାକିସ୍ତାନ ଏବଂ ଇରାନ ଉପରେ ଆମେରିକା ଦ୍ୱାରା କଟକଣା ଜାରି କରାଯାଇଥିଲା।

୨୦୦୨ – ମିସ୍ ୱାର୍ଲ୍ଡ ପ୍ରତିଯୋଗିତାର ଆୟୋଜନ ବିରୋଧରେ ନାଇଜେରିଆରେ ହୋଇଥିବା ଦଙ୍ଗାରେ ଶହ ଶହ ଲୋକଙ୍କର ମୃତ୍ୟୁ ହୋଇଥିଲା।

୨୦୦୫ – ପ୍ରସିଦ୍ଧ ହିନ୍ଦୀ କବି କୁଁଭର ନାରାୟଣଙ୍କୁ ବର୍ଷ ପାଇଁ ଜ୍ଞାନପୀଠ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା।